ଦେହଜୀବୀଙ୍କୁ ରାସନ ସାମଗ୍ରୀ ଦେବାକୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ଯୋଗୁ ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଦେହଜୀବୀମାନଙ୍କୁ ତୁରନ୍ତ ଖାଦ୍ୟ ଓ ରାସନ ସାମଗ୍ରୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କୁ ଆଜି ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ ଆଜି ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷା ତଥା ସମାଜସେବୀ ନମ୍ରତା ଚଢ଼ାଙ୍କ ଆବେଦନର ଶୁଣାଣି କରି ରାସନ୍ କାର୍ଡ ଥାଉ ବା ନଥାଉ ସମସ୍ତ ଦେହଜୀବୀଙ୍କୁ ରାସନ ସାମଗ୍ରୀ ଦେବାକୁ ବିଏମସି […]

sex-racket

Manoranjan Sial
  • Published: Monday, 01 June 2020
  • , Updated: 01 June 2020, 07:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ଯୋଗୁ ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଦେହଜୀବୀମାନଙ୍କୁ ତୁରନ୍ତ ଖାଦ୍ୟ ଓ ରାସନ ସାମଗ୍ରୀ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କୁ ଆଜି ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ ଆଜି ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷା ତଥା ସମାଜସେବୀ ନମ୍ରତା ଚଢ଼ାଙ୍କ ଆବେଦନର ଶୁଣାଣି କରି ରାସନ୍ କାର୍ଡ ଥାଉ ବା ନଥାଉ ସମସ୍ତ ଦେହଜୀବୀଙ୍କୁ ରାସନ ସାମଗ୍ରୀ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଧିଷ୍ଟ ଭାବେ ନିର୍ଦ୍ଦେଶ ଦେବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୮ ତାରିଖରେ ହେବ ଓ ନିର୍ଦ୍ଦେଶ ଅନୁପାଳନ ସଂକ୍ରାନ୍ତ ତଥ୍ୟ ଦାଖଲ ପାଇଁ ମଧ୍ୟ ବିଏମସି କମିଶନରଙ୍କୁ କୁହାଯାଇଛି।

ଭୁବନେଶ୍ୱର ସହର ରହୁଥିବା ଦେହଜୀବୀମାନେ ରାସନ କାର୍ଡ ନଥିବାରୁ କରୋନା ବିପତ୍ତି ଯୋଗୁ ଘୋର ଆର୍ଥିକ ଦୁର୍ଦ୍ଧିନ ମଧ୍ୟରେ ରହିଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଆବଶ୍ୟକ ନିଦେ୍ର୍ଧଶାନାମା ଦେବାକୁ ଶ୍ରୀମତୀ ଚଢ଼ା ମାନବାଧିକାର କମିଶନଙ୍କୁ ଅନୁରୋଧ କରିଥିଲେ।

Related story