ବାଟରୁ ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଦେଲେ ଦମ୍ପତି

ସାଲେପୁର(ଓଡ଼ିଶା ରିପୋର୍ଟର): ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ । ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍‌ଟି କଟକ […]

bcv

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 03:51 PM IST

ସାଲେପୁର(ଓଡ଼ିଶା ରିପୋର୍ଟର): ବଞ୍ଚି ରହିଛି ମଣିଷପଣିଆ ଓ ସାଧୁତା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ୍ ପାଇଥିଲେ ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ।

ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ ନମ୍ବର ସଂଗ୍ରହ କରି ବ୍ୟାଗ୍‌ଟି କଟକ କମିଶନରେଟ ପୋଲିସର ଜଣେ କନଷ୍ଟେବଳଙ୍କର ବୋଲି ଜାଣିପାରିଥିଲେ।

ଏହାପରେ ସେମାନେ ଟଙ୍କା ଓ ସୁନା ଅଳଙ୍କାର ଥିବା ବ୍ୟାଗ୍‌ଟିକୁ ସମ୍ପୃକ୍ତ କନଷ୍ଟେବଳଙ୍କୁ ଫେରାଇ ଦେଇଛନ୍ତି। ବିଜୟାନନ୍ଦଙ୍କ ଏହି ବଦାନ୍ୟତା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂହ ତାଙ୍କୁ ସମ୍ମାନିତ କରିଛନ୍ତି।

Related story