ମାଟି ତଳୁ ବାହାରିଲା ଶହଶହ ଆଧାରକାର୍ଡ, ପୋତିଥିଲେ ପୋଷ୍ଟମାଷ୍ଟର

ମୋହନା(ଓଡ଼ିଶା ରିପୋର୍ଟର): ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିଲା ଆଧାର କାର୍ଡ। ହେଲେ ପୋଷ୍ଟମାଷ୍ଟର ଏହି ଆଧାର କାର୍ଡକୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ଅଳିଆ ଗଦାକୁ ଫୋପାଡି ଦେବା ସହ କିଛି ଆଧାର କାର୍ଡକୁ ମାଟି ତଳେ ପୋତି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ। ଉକ୍ତ ପୋଷ୍ଟମାଷ୍ଟରଙ୍କ ନାଁ ପର୍ଶୁଧର ରଣ ସିଂ। ଅଭିଯୋଗ ଅନୁସାରେ, ଡରାବ ଗାଁରେ ଥିବା ପୋଷ୍ଟ […]

Aadhaar Cards

  • Published: Thursday, 11 August 2022
  • , Updated: 11 August 2022, 12:59 PM IST

ମୋହନା(ଓଡ଼ିଶା ରିପୋର୍ଟର): ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିଲା ଆଧାର କାର୍ଡ। ହେଲେ ପୋଷ୍ଟମାଷ୍ଟର ଏହି ଆଧାର କାର୍ଡକୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ଅଳିଆ ଗଦାକୁ ଫୋପାଡି ଦେବା ସହ କିଛି ଆଧାର କାର୍ଡକୁ ମାଟି ତଳେ ପୋତି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ। ଉକ୍ତ ପୋଷ୍ଟମାଷ୍ଟରଙ୍କ ନାଁ ପର୍ଶୁଧର ରଣ ସିଂ।

ଅଭିଯୋଗ ଅନୁସାରେ, ଡରାବ ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ। ଏହି ୬ ଖଣ୍ଡ ଗାଁର କିଛି ଲୋକ ଆଧାର କାର୍ଡ ପାଇଁ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିଥିଲେ। ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସକୁ ଆସିଥିଲା। ହେଲେ ପୋଷ୍ଟ ମାଷ୍ଟର ପର୍ଶୁଧର ସେହି ସବୁ ଆଧାର କାର୍ଡ ଲୋକଙ୍କୁ ଦେଇ ନଥିଲେ। ଏହାକୁ ମାଟିତଳେ ପୋତି ଦେବା ସହ ବହୁ ଜଣଙ୍କ ଆଧର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ।

ଅଳିଆ ଗଦାରେ କିଛି ଆଧାର କାର୍ଡ ପଡ଼ିଥିବା ଜଣେ ଗ୍ରାମବାସୀ ଦେଖିଥିଲେ। ଏନେଇ ତାଙ୍କ ସନ୍ଦେହ ହୋଇଥିଲା। ଏହି ଘଟଣା ବିଷୟରେ ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀମାନେ ମାଟି ଖୋଳିଲା ପରେ ଶତାଧିକ ଆଧାର କାର୍ଡ ମାଟିତଳୁ ବାହାରିଥିଲା। ଏହା ସହ ଅଳିଆ ଗଦାରୁ ମଧ୍ୟ କିଛି ଆଧାର କାର୍ଡ ବାହାରିଥିଲା।

ବର୍ଷ ବର୍ଷ ଧରି ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡ ପୋଷ୍ଟ ଅଫିସକୁ ଆସୁଥିଲେ ମଧ୍ୟ ଲୋକଙ୍କୁ ନ ଦେଇ ପୋଷ୍ଟ ମାଷ୍ଟର ଏଭଳି ନଷ୍ଟ କରି ଦେଉଛନ୍ତି। ଗାଁର ବହୁ ହିତାଧିକାରୀଙ୍କ ପାଖରେ ଅଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ  ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କ ପ୍ରତିକିୟା ମିଳିପାରି ନାହିଁ ।

ହେମଗିରି ସବ୍ ପୋଷ୍ଟର ମାଷ୍ଟର ମୀନକେତନ ଶବର କହିଛନ୍ତି, ପୋଷ୍ଟ ମାଷ୍ଟର ପର୍ଶୁଧର ରଣ ସିଂ ଏପରି କାମ କରିବା କଥା ନୁହେଁ। ଗ୍ରାମବାସୀ ଏନେଇ କୌଣସି ଅଭିଯୋଗ କରି ନାହାନ୍ତି। ଯଦି ଗ୍ରାମବାସୀ ଆମ ପାଖରେ ପୂର୍ବରୁ କୌଣସି ଅଭିଯୋଗ ପର୍ଶୁଧରଙ୍କ ନାଁରେ କରିଥାନ୍ତେ, ତାହା ହେଲେ ଆମେ ତାଙ୍କ ବିରୋଧରେ କିଛି ପଦକ୍ଷେପ ନେଇଥାନ୍ତୁ। ମୁଁ ଏନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବି।

Related story