ସ୍ତ୍ରୀ ଉପରେ ରାଗି ଟାୱାରରେ ଚଢ଼ିଗଲେ, ଗୋଡ଼ାଇଲା ଶାଗୁଣା!

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଉପରେ ରାଗି ମଦ ପାନ କରି ୧୫୦ ଫୁଟ୍‌ ଉଚ୍ଚ ମୋବାଇଲ୍‌ ଟାୱାର ଉପରେ ଚଢ଼ିଗଲେ ସ୍ୱାମୀ। ମୁଣ୍ଡ ଉପରେ ଉଡୁଥିବା ଶାଗୁଣା ତାକୁ ଖୁମ୍ପିବା ପାଇଁ ଗୋଡ଼ାଇଲା। ଜୀବନ ବିକଳରେ ଯୁବକ ଜଣକ ମୋବାଇଲ ଟାୱାର ପାଟ୍ସ ଭାଙ୍ଗି ଶାଗୁଣାକୁ ଗୋଡ଼ାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ତାକୁ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି। ପୂରା ଘଟଣା ଏମିତି। ଦିଗପହଣ୍ଡି ଅଞ୍ଚଳର […]

ganjam-tower

Manoranjan Sial
  • Published: Saturday, 13 February 2021
  • , Updated: 13 February 2021, 09:28 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଉପରେ ରାଗି ମଦ ପାନ କରି ୧୫୦ ଫୁଟ୍‌ ଉଚ୍ଚ ମୋବାଇଲ୍‌ ଟାୱାର ଉପରେ ଚଢ଼ିଗଲେ ସ୍ୱାମୀ। ମୁଣ୍ଡ ଉପରେ ଉଡୁଥିବା ଶାଗୁଣା ତାକୁ ଖୁମ୍ପିବା ପାଇଁ ଗୋଡ଼ାଇଲା। ଜୀବନ ବିକଳରେ ଯୁବକ ଜଣକ ମୋବାଇଲ ଟାୱାର ପାଟ୍ସ ଭାଙ୍ଗି ଶାଗୁଣାକୁ ଗୋଡ଼ାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ତାକୁ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି।

ପୂରା ଘଟଣା ଏମିତି। ଦିଗପହଣ୍ଡି ଅଞ୍ଚଳର ଶିବରାମ ଗୌଡ ଓ ତାଙ୍କ ପତ୍ନୀ ବ୍ରହ୍ମପୁର ଟାଉନ୍‌ ଉପକଣ୍ଠରେ ଘର ଭଡ଼ା ନେଇ ରୁହନ୍ତି। ଶନିବାର କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଶିବରାମ ଘରୁ ପଳାଇ ଆସି ମଦ ପିଇ ନିଶାରେ ସୁକୁଣ୍ଡା ଗାଁରେ ଥିବା ୧୫୦ ଫୁଟ୍‌ ଉଚ୍ଚ ମୋବାଇଲ ଟାୱାରରେ ଚଢ଼ି ଯାଇଥିଲେ।

[caption id="attachment_619259" align="aligncenter" width="650"] ମୋବାଇଲ ଟାୱାର ଉପରେ ଚଢ଼ିଥିବା ଯୁବକଙ୍କ ପରିବାର ତଳେ ଛିଡ଼ା ହୋଇଛନ୍ତି[/caption]

ମୋବାଇଲ ଟାୱାର ଉପରେ ଶିବରାମ ଚଢ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ, ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲା। ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସୁକୁଣ୍ଡାରେ ପହଞ୍ଚି ଟାୱାରରୁ ଓହ୍ଲାଇବାକୁ ଶିବରାମଙ୍କୁ କହିଥିଲେ। ମାତ୍ର ନିଶାରେ ଚୂର୍‌ ଥିବା ଶିବରାମ କିଛି ଶୁଣିନଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ଟାୱାରରେ ଚଢ଼ିବାକୁ ଗଲା ବେଳେ ଶିବରାମ ତଳକୁ ଡେଇଁ ପଡ଼ିବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ଅଗ୍ନିଶମ କର୍ମଚାରୀ।

ଅଗ୍ନିଶମ ଅଧିକାରୀ ଶ୍ରୀ ମହାପାତ୍ର ପ୍ରଥମେ ବାଇନାକୋଲାରରେ ଶିବରାମଙ୍କ କାର୍ଯ୍ୟକଳାପ ଉପରେ ଲକ୍ଷ୍ୟ କରିଥିଲା। ନିଶା ଛାଡ଼ିବା ପରେ ଟାୱାର ଉପରେ ଉଡୁଥିବା ଶାଗୁଣାଙ୍କୁ ଶିବରାମ ଗୋଡ଼ାଉଥିବା ଦେଖିବାକୁ ମିଳିଥିଲେ।  ଏହାପରେ ଶ୍ରୀ ମହାପାତ୍ର ତାଙ୍କୁ ତଳକୁ ଡାକିଥିଲେ। ମାତ୍ର ସେ ଆସିବା ବଦଳରେ ମାଆ ଓ ଭଉଣୀ ଆସିଲେ ତଳକୁ ଓହ୍ଲାଇବି ବୋଲି କହିଥିଲେ। ଶ୍ରୀ ମହାପାତ୍ର ବିଭିନ୍ନ ବାହାନା ଦେଖାଇ ତାଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ। ଦୀର୍ଘ ୪ ଘଣ୍ଟାର କସରତ ପରେ ସେ ତଳକୁ ଓହ୍ଲାଇବା ବେଳେ ଅଗ୍ନିଶମ କର୍ମଚାରୀମାନେ ତାକୁ ଧରି ପକାଇ ଥିଲେ।

Related story