ସ୍ତ୍ରୀକୁ କଲ୍‌ଗାର୍ଲ ସଜାଇଦେଲା ସ୍ୱାମୀ!

ବ୍ରହ୍ମପୁର (ଜଗନ୍ନାଥ ସାହୁ/ଶିଲ ବିଶ୍ୱାଳ): ସ୍ତ୍ରୀକୁ କଲ୍‌ ଗାର୍ଲ ସଜାଇ ଦେଲା ସ୍ୱାମୀ! ପ୍ରତିଶୋଧ ପରାୟଣା ହୋଇ ସ୍ତ୍ରୀ ନାଁରେ ଖୋଲିଲା ଫେକ୍‌ ଫେସ୍‌ବୁକ ଆକାଉଣ୍ଟ। ଆଉ ସେଥିରେ ସ୍ତ୍ରୀର ମୋବାଇଲ୍‌ ନମ୍ୱର ଦେଇ ପଠାଉଥିଲେ ଅଶ୍ଲୀଳ ମେସେଜ୍‌, ଭିଡିଓ ଓ ଫଟୋ। ଯେଉଁଥିପାଇଁ ସ୍ତ୍ରୀ ପାଖକୁ ଦିନରାତି ୨୪ ଘଣ୍ଟା ଆସୁଥିଲା ଫୋନ୍‌ କଲ। ସ୍ତ୍ରୀ ପାଖରେ ରହି ସ୍ୱାମୀ ଖେଳୁଥିଲା ଏହି ଖେଳ। ହେଲେ ଟେର ପାଉନଥିଲେ ସ୍ତ୍ରୀ। ଏନେଇ ବ୍ରହ୍ମପୁର ସାଇବର ଥାନାରେ […]

fake-id

fake-id

Manoranjan Sial
  • Published: Friday, 04 December 2020
  • Updated: 05 December 2020, 08:08 AM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ/ଶିଲ ବିଶ୍ୱାଳ): ସ୍ତ୍ରୀକୁ କଲ୍‌ ଗାର୍ଲ ସଜାଇ ଦେଲା ସ୍ୱାମୀ! ପ୍ରତିଶୋଧ ପରାୟଣା ହୋଇ ସ୍ତ୍ରୀ ନାଁରେ ଖୋଲିଲା ଫେକ୍‌ ଫେସ୍‌ବୁକ ଆକାଉଣ୍ଟ। ଆଉ ସେଥିରେ ସ୍ତ୍ରୀର ମୋବାଇଲ୍‌ ନମ୍ୱର ଦେଇ ପଠାଉଥିଲେ ଅଶ୍ଲୀଳ ମେସେଜ୍‌, ଭିଡିଓ ଓ ଫଟୋ। ଯେଉଁଥିପାଇଁ ସ୍ତ୍ରୀ ପାଖକୁ ଦିନରାତି ୨୪ ଘଣ୍ଟା ଆସୁଥିଲା ଫୋନ୍‌ କଲ। ସ୍ତ୍ରୀ ପାଖରେ ରହି ସ୍ୱାମୀ ଖେଳୁଥିଲା ଏହି ଖେଳ। ହେଲେ ଟେର ପାଉନଥିଲେ ସ୍ତ୍ରୀ। ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଚେର ଖୋଳୁ ଖୋଳୁ ଅଭିଯୁକ୍ତ ସ୍ୱାମୀ ଭାଗବତ ପ୍ରସାଦ ମିଶ୍ରାଙ୍କୁ ଗିରଫ କରିଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା କାଶିରପଡ଼ା ଗାଁର ଭାଗବତ ପ୍ରସାଦ ଜଣେ ଏ-କ୍ଲାସ କଣ୍ଟ୍ରାକ୍ଟର ପରିଚୟ ଦେଇ ରେବୀ(ଛଦ୍ମ ନାମ)ଙ୍କ ପରିବାର ଲୋକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏଥିରେ ରେବୀର ପରିବାର ଲୋକ ରାଜି ହୋଇଥିଲେ। ଆଉ ବିବାହ ହୋଇଥିଲା କଣ୍ଟିଲୋ ନୀଳମାଧବ ମନ୍ଦିରରେ। ବାହାଘର ସରିବା ପରେ ପତ୍ନୀଙ୍କୁ ଧରି ବଲାଙ୍ଗିର ପଳାଇ ଯାଇଥିଲେ ଭାଗବତ। ସେଠାରେ ଘର ଭଡ଼ା ନେଇ ରହୁଥିଲେ ସ୍ୱାମୀ-ସ୍ତ୍ରୀ। ସେଠାରେ ରହଣୀ ସମୟରେ ରେବୀ ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଅଛନ୍ତି। ତାଙ୍କର ପତ୍ନୀ ଓ ୨ଟି ପିଲା ରହିଛନ୍ତି। ଏ ସମ୍ପର୍କରେ ରେବୀ ସ୍ୱାମୀଙ୍କୁ ପଚାରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି। ତା’ପରଠାରୁ ରେବୀ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ସେ ସବୁ ବେଳେ ରେବୀକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ମାଡ଼ ମରାଯାଉଥିବା ଅଭିଯୋଗ ଆଣିଛନ୍ତି ରେବୀ।  ଏ ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ ଭାଗବତ।

ଜୁଲାଇ ୨୪ ତାରିଖରେ xxx ମିଶ୍ରଙ୍କ ଆଇଡିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ରେବୀ ସେହି ଫ୍ରେଣ୍ଡ ରିକ୍ୱେଷ୍ଟକୁ ଆକ୍‌ସେପ୍ଟ କରିଥିଲେ। ଆଉ ତା’ପରେ ରେବୀଙ୍କ ଫଟୋ ଥାଇ ନାନା ଅଶ୍ଳୀଳ ପୋଷ୍ଟ ହେଉଥିଲା। ସେଥିରେ ରେବୀଙ୍କ ମାଆଙ୍କ ଫୋନ୍‌ ନମ୍ୱର ଦିଆଯାଇଥିଲା। ଏହା ଦେଖି ରେବୀ ସେହି ଆଇଡିକୁ ବ୍ଲକ କରିଦେଇଥିଲେ।

ପରେ xxx ମାହାପାତ୍ର ନାଁରେ ଏକ ଆଇଡି ଖୋଲାଯାଇ ରେବୀଙ୍କ ଫଟୋ, ବହୁ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ କରାଯାଇଥିଲା। ସେଥିରେ ମଧ୍ୟ ରେବୀଙ୍କ ମାଆଙ୍କ ଫୋନ୍‌ ନମ୍ୱର ଦିଆଯାଇଥିଲା। ଏହାଛଡ଼ା ବହୁ ଖରାପ କଥା ଲେଖାଯାଇଥିଲା। ଯେଉଁଥିପାଇଁ ତାଙ୍କ ପାଖକୁ ବହୁ ଖରାପ ମେସେଜ୍‌ ଓ ଫୋନ୍‌ କଲ ଆସୁଥିଲା। ଯାହାକୁ ନେଇ ବ୍ୟତିବ୍ରସ୍ତ ହୋଇ ପଡ଼ିଥିଲେ ରେବୀ। ଏନେଇ ରେବୀ ନିଜ ସ୍ୱାମୀଙ୍କୁ କହିଥିଲେ। ମାତ୍ର ସେ କିଛି ଶୁଣିନଥିଲେ। ତେଣୁ ସେ ବାଧ୍ୟ ହୋଇ ସ୍ୱାମୀଙ୍କ ପାଖରୁ ମାଉଷୀଙ୍କ ଘରକୁ ଚାଲି ଆସିଥିଲେ। ଏନେଇ ସେ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଫେସ୍‌ବୁକ ଆକାଉଣ୍ଟ କେସିଙ୍ଗାରୁ ପରିଚାଳିତ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ଖୋଳତାଡ କରି ଫେକ୍‌ ଆକାଉଣ୍ଟଟି ରେବୀଙ୍କ ସ୍ୱାମୀ ଭାଗବତ ପରିଚାଳିତ କରୁଥିବା ଜାଣିବାକୁ ପାଇଥିଲା। ପୁଲିସ ଭାଗବତଙ୍କୁ ଖଲ୍ଲିକୋଟ ଜେଏମ୍‌ଏଫସିକୁ କୋର୍ଟରେ ହାଜର କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story