ଆମ୍ବ ନ ଦେବାରୁ ପତ୍ନୀକୁ ପିଟି ପିଟି ହତ୍ୟା

ଭଦ୍ରକ(ପାର୍ଥ ସାରଥୀ ନାୟକ): ରଜରେ ଆମ୍ବ ଖାଇବା ପାଇଁ ନଦେବାରୁ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗାଁରୁ । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଗାଁର କାର୍ତ୍ତିକ ଜେନା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ  ଆମ୍ବ ଖାଇବାକୁ ପତ୍ନୀ ସସ୍ମିତାଙ୍କୁ ମାଗିଥିଲେ ।  କିନ୍ତୁ ଆମ୍ବ ସବୁ ପିଲାମାନେ ଖାଇ ଦେଇଥିବା ପତ୍ନୀ କହିଥିଲେ।  ଏହାଶୁଣି କାର୍ତ୍ତିକ […]

deadbody

Niharika Rout
  • Published: Tuesday, 16 June 2020
  • , Updated: 16 June 2020, 01:46 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ରଜରେ ଆମ୍ବ ଖାଇବା ପାଇଁ ନଦେବାରୁ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗାଁରୁ ।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଗାଁର କାର୍ତ୍ତିକ ଜେନା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ  ଆମ୍ବ ଖାଇବାକୁ ପତ୍ନୀ ସସ୍ମିତାଙ୍କୁ ମାଗିଥିଲେ ।  କିନ୍ତୁ ଆମ୍ବ ସବୁ ପିଲାମାନେ ଖାଇ ଦେଇଥିବା ପତ୍ନୀ କହିଥିଲେ।  ଏହାଶୁଣି କାର୍ତ୍ତିକ ରାଗିଯାଇ ଏକ ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବାବେଳେ କାର୍ତ୍ତିକଙ୍କୁ ଧାମନଗର ପୁଲିସ୍‌ ଅଟକ ରଖି ତଦନ୍ତ କରୁଛି । ସସ୍ମିତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି ପୁଲିସ୍‌ ।

Related story