ରାଜଧାନୀରେ ଜଘନ୍ୟ କାଣ୍ଡ: ସ୍ତ୍ରୀ ତଣ୍ଟି କାଟିଲା ସ୍ୱାମୀ, ଝିଅକୁ ବି ଛାଡ଼ିଲାନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି ଆଜି ରାଜଧାନୀରେ ଦେଖିବାକୁ ମିଳିଛି । ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ଛାଡ଼ିନି ପିଶାଚ ବାପା । ତା’ର ବି ତଣ୍ଟି କାଟି ଦେଇଛି। ତେବେ ତା’ର ଅବସ୍ଥା ଭଲ ଅଛି। ରାଜଧାନୀର ଘାଟିକିଆ ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ। ତାଙ୍କ ସ୍ୱାମୀଙ୍କ ନାଁ ସଞ୍ଜୀତ ଦାସ। ସେ ଫେରାର […]

Knife-attack

Niharika Rout
  • Published: Thursday, 09 June 2022
  • , Updated: 09 June 2022, 02:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି ଆଜି ରାଜଧାନୀରେ ଦେଖିବାକୁ ମିଳିଛି । ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ଛାଡ଼ିନି ପିଶାଚ ବାପା । ତା’ର ବି ତଣ୍ଟି କାଟି ଦେଇଛି। ତେବେ ତା’ର ଅବସ୍ଥା ଭଲ ଅଛି।

ରାଜଧାନୀର ଘାଟିକିଆ ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ। ତାଙ୍କ ସ୍ୱାମୀଙ୍କ ନାଁ ସଞ୍ଜୀତ ଦାସ। ସେ ଫେରାର ହୋଇଯାଇଛନ୍ତି।

ସଞ୍ଜୀତ ଦାସଙ୍କ ପରିବାର ଆର୍ଥିକ ଭାବେ ବେଶ୍‌ ସ୍ୱଚ୍ଛଳ। ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି। ମାତ୍ର ସଞ୍ଜୀତ ନିଜେ କିଛି ରୋଜଗାର କରୁ ନ ଥିବା ବେଳେ ସବୁବେଳେ ନିଶାଗ୍ରସ୍ତ ରହୁଥିଲେ। ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରୁଥିଲେ। ସେମାନଙ୍କର ଦୁଇଟି ଝିଅ। ଜଣଙ୍କୁ ୬ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ମାତ୍ର ୪ ଦିନ ହୋଇଛି।

[caption id="attachment_740319" align="aligncenter" width="650"] ଘଟଣାସ୍ଥଳରେ ଡିସିପି ପହଞ୍ଚି ତଦନ୍ତ କରୁଛନ୍ତି।[/caption]

କୌଣସି ଘଟଣାକୁ ନେଇ ଆଜି ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ସାଂଘାତିକ ରୂପ ନେଲା। ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ତାଙ୍କ ପତ୍ନୀ ଓ ବଡ଼ ଝିଅର ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି।

ଖବର ପାଇ ଭୁବନେଶ୍ୱର ଡିସିପି ଓ ପୁଲିସ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଡିସିପି ।

 

Related story