ଚଳନ୍ତା ଟ୍ରେନ୍‌ରେ ସ୍ତ୍ରୀଙ୍କ ପ୍ରେମିକକୁ ଛୁରୀ ଭୁସି ମାରିଦେଲା ସ୍ୱାମୀ

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ସ୍ୱାମୀ ଥାଉ ଥାଉ ସ୍ତ୍ରୀ ରଖିଥିଲେ ପରକୀୟା ପ୍ରେମ ସମ୍ପର୍କ! ସ୍ତ୍ରୀଙ୍କ ଏପରି ରୂପ ଦେଖି ଚିହିଁକି ଉଠିଲେ ସ୍ୱାମୀ। ଆଉ ତାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ଚଳନ୍ତା ଟ୍ରେନ୍‌ ଭିତରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଛୁରୀରେ ଭୁସିଦେଲେ ସ୍ୱାମୀ। ଏପରି ଘଟଣା ଚେନ୍ନାଇ-ହାୱାଡା ମେଲ୍‌ରେ ଘଟିଛି। ଗଞ୍ଜାମ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ପଶ୍ଚିମବଙ୍ଗ ରାଜ୍ୟର ବାହାଦୂରପୁର ଗାଁର ରାଜୀବ ତରାଇଙ୍କ ପତ୍ନୀ ଅସୁସ୍ଥ ଥିଲେ। ତେଣୁ […]

Girl-Friend

Manoranjan Sial
  • Published: Friday, 15 July 2022
  • , Updated: 15 July 2022, 06:04 PM IST

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ସ୍ୱାମୀ ଥାଉ ଥାଉ ସ୍ତ୍ରୀ ରଖିଥିଲେ ପରକୀୟା ପ୍ରେମ ସମ୍ପର୍କ! ସ୍ତ୍ରୀଙ୍କ ଏପରି ରୂପ ଦେଖି ଚିହିଁକି ଉଠିଲେ ସ୍ୱାମୀ। ଆଉ ତାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା। ଚଳନ୍ତା ଟ୍ରେନ୍‌ ଭିତରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଛୁରୀରେ ଭୁସିଦେଲେ ସ୍ୱାମୀ। ଏପରି ଘଟଣା ଚେନ୍ନାଇ-ହାୱାଡା ମେଲ୍‌ରେ ଘଟିଛି। ଗଞ୍ଜାମ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ପଶ୍ଚିମବଙ୍ଗ ରାଜ୍ୟର ବାହାଦୂରପୁର ଗାଁର ରାଜୀବ ତରାଇଙ୍କ ପତ୍ନୀ ଅସୁସ୍ଥ ଥିଲେ। ତେଣୁ ପତ୍ନୀଙ୍କୁ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ରାଜୀବ ଚେନ୍ନାଇ ନେଇଥିଲେ। ସାଥୀରେ ରାଜୀବଙ୍କ ଶ୍ୱଶୁର ଓ ବନ୍ଧୁ ପ୍ରସନ୍ନଜିତ ତରାଇ ଯାଇଥିଲେ। ସେମାନେ ଚେନ୍ନାଇରେ ଏକ ଲଜ୍‌ରେ ରହିଥିଲେ। ସେଠାରେ ରହଣୀ ସମୟରେ ରାଜୀବଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ିଥିଲେ ପ୍ରସନ୍ନଜିତ। ଏପରିକି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଥିବା ଦେଖିଥିଲେ ରାଜୀବ। ଯାହାକୁ ନେଇ ରାଜୀବ ଓ ପ୍ରସନ୍ନଜିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ମେଡିକାଲ୍‌ ଚେକ୍‌ଅପ୍‌ ପରେ ରାଜୀବଙ୍କ ପରିବାର ଓ ବନ୍ଧୁ ପ୍ରସନ୍ନଜିତ ଚେନ୍ନାଇ-ହାୱାଡା ମେଲ୍‌ର ଘରକୁ ଫେରୁଥିଲେ। ଫେରିବା ବେଳେ ଟ୍ରେନ୍‌ ଭିତରେ ରାଜୀବ ଓ ପ୍ରସନ୍ନଜିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ରାଜୀବ ଉତ୍‌କ୍ଷିପ୍ତ ହୋଇ ପାଖରେ ରଖିଥିବା ଛୁରୀରେ ପ୍ରସନ୍ନଜିତଙ୍କୁ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ ପ୍ରସନ୍ନଜିତ।

ଖବର ପାଇଁ ଆର୍‌ପିଏଫ୍‌ ଉକ୍ତ ବଗିରେ ପହଞ୍ଚିଥିଲା। ଚେନ୍‌ପୁଲ୍‌ କରି ଟ୍ରେନ୍‌କୁ ଅଟକାଇଥିଲେ। ପରେ ପ୍ରସନ୍ନଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲା ଆର୍‌ପିଏଫ୍‌। ସେଠାରେ ଚିକିତ୍ସା ଚାଲିଥିବା ବେଳେ ପ୍ରସନ୍ନଜିତଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଅଭିଯୁକ୍ତକୁ ଧରି ଗଞ୍ଜାମ ପୁଲିସ୍‌ର ଜିମା ଦେଇଥିଲା ଆର୍‌ପିଏଫ୍‌। ଗଞ୍ଜାମ ପୁଲିସ୍‌ ରାଜୀବଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଏହି ସମୟରେ ନିଜ ପତ୍ନୀଙ୍କ ସହିତ ପ୍ରସନ୍ନଜିତ ପରକୀୟା ପ୍ରେମ ସମ୍ପର୍କ ରଖିଥିବା ରାଜୀବ ସ୍ୱୀକାର କରିଛନ୍ତି।

Related story