ପତ୍ନୀଙ୍କ ମୁଣ୍ଡକୁ ଛେଚିଦେଲେ ସ୍ୱାମୀ, ରାତି ସାରା ମୃତଦେହ ଜଗି ବସିଲେ

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର):  ରାଜଧାନୀରେ ବାରମ୍ବାର ଘଟୁଛି ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହ ନେଉଛି ଭୟଙ୍କର ରୂପ ।  କେତେବେଳେ ସ୍ୱାମୀ, ପତ୍ନୀ ସମେତ ଶାଳୀକୁ ହାଣି ହତ୍ୟା କରୁଛି ତ କେତେବେଳେ ଘର ଭିତରୁ ପତିପତ୍ନୀଙ୍କ ସହ ୧୫ ମାସ ଶିଶୁର ଝୁଲନ୍ତା ମୃତଦେହ ମିଳୁଛି। କେତେବେଳେ ସମ୍ପତ୍ତି ଲୋଭ ଗ୍ରାସ କରୁଛି ତ କେତେବେଳେ ପରକିୟା ପ୍ରୀତି ନେଉଛି ଜୀବନ । ଆଜି ରାଜଧାନୀରେ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଥିବା ବେଳେ ଏହା […]

attack

Niharika Rout
  • Published: Saturday, 30 April 2022
  • , Updated: 30 April 2022, 11:19 AM IST

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର):  ରାଜଧାନୀରେ ବାରମ୍ବାର ଘଟୁଛି ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହ ନେଉଛି ଭୟଙ୍କର ରୂପ ।  କେତେବେଳେ ସ୍ୱାମୀ, ପତ୍ନୀ ସମେତ ଶାଳୀକୁ ହାଣି ହତ୍ୟା କରୁଛି ତ କେତେବେଳେ ଘର ଭିତରୁ ପତିପତ୍ନୀଙ୍କ ସହ ୧୫ ମାସ ଶିଶୁର ଝୁଲନ୍ତା ମୃତଦେହ ମିଳୁଛି। କେତେବେଳେ ସମ୍ପତ୍ତି ଲୋଭ ଗ୍ରାସ କରୁଛି ତ କେତେବେଳେ ପରକିୟା ପ୍ରୀତି ନେଉଛି ଜୀବନ । ଆଜି ରାଜଧାନୀରେ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଥିବା ବେଳେ ଏହା ପଛର କାରଣ ଖୋଜୁଛି ପୁଲିସ୍‌ ।

ଭୁବନେଶ୍ୱର ସହିଦନଗର ଥାନା ବାସୁଆଘାଇରେ ଗତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରି ଦେଇଛି ସ୍ୱାମୀ । ମୃତା ମହିଳା ହେଲେ ନୀଳିମା । ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ନ ହୋଇ ଘରେ ରାତି ସାରା ମୃତଦେହ ଜଗି ବସିଥିବା ସ୍ୱାମୀ ସୌଭାଗ୍ୟ ରଂଜନ ଦାସଙ୍କୁ ଆଜି ସକାଳୁ ଗିରଫ କରିଛି ପୁଲିସ୍‌।

ସୂଚନା ଅନୁଯାୟୀ, ଉଭୟ ସୌଭାଗ୍ୟ ଓ ନୀଳିମାଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗତକାଲି ରାତିରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଫଳରେ ଉତ୍ତ୍ୟକ୍ତ ସୌଭାଗ୍ୟ ନୀଳିମାଙ୍କୁ ପିଟି ପିଟି ଗୁରୁତର କରିବା ପରେ ପାଖରେ ପଡ଼ିଥିବା ଏକ ଓଜନିଆ ଜିନିଷରେ ତାଙ୍କ ମୁଣ୍ଡ ଛେଚି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ  ଆଖି ବୁଜିଥିଲେ ନୀଳିମା।

ଏହାପରେ ଘଟଣାସ୍ଥଳରୁ ଫେରାର ନ ହୋଇ ରାତି ସାରା ଘରେ ମୃତଦେହ ପାଖରେ ଥିଲେ ସୌଭାଗ୍ୟ । ଆଜି ସକାଳୁ ପଡ଼ୋଶୀ ଏହା ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସୌଭାଗ୍ୟଙ୍କୁ ଗିରଫ କରିଛି

କେଉଁ ଘଟଣାକୁ ନେଇ ପାରିବାରିକ କଳହ ଲାଗି ରହିଥିଲା, ହତ୍ୟାକାଣ୍ଡ ପଛରେ ସମ୍ପତ୍ତି ବିବାଦ ନା ପରକିୟା ପ୍ରୀତି ନା ଆଉ କିଛି ଅଛି ତାହାର ଖୋଳତାଡ଼ କରୁଛି ପୁଲିସ୍‌ ।

Related story