ପାରିବାରିକ କଳହ ଉଜାଡ଼ି ଦେଲା ସଂସାର

ଯାଜପୁର(ଜନ୍ମେଜୟ ଦାସ): ପାରିବାରିକ କଳହରୁ ଉଜୁଡ଼ିଗଲା ସଂସାର।  ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ସାମାନ୍ୟ କଳହ ଉଗ୍ର ରୂପ ନେଇଥିବା ବେଳେ ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଦଗାଁଠାରେ ଘଟିଛି। ମୃତା ମହିଳା ହେଲେ ଗୋଲଖ ମହାନ୍ତଙ୍କ ପତ୍ନୀ ରାଧୀକା ମହାନ୍ତ। ମୃତ ମହିଳାଙ୍କୁ କଟୁରିରେ ହାଣି ସ୍ୱାମୀ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ  ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ରଖିଥିଲେ। […]

violence

Niharika Rout
  • Published: Wednesday, 18 May 2022
  • , Updated: 18 May 2022, 02:42 PM IST

ଯାଜପୁର(ଜନ୍ମେଜୟ ଦାସ): ପାରିବାରିକ କଳହରୁ ଉଜୁଡ଼ିଗଲା ସଂସାର।  ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ସାମାନ୍ୟ କଳହ ଉଗ୍ର ରୂପ ନେଇଥିବା ବେଳେ ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଦଗାଁଠାରେ ଘଟିଛି। ମୃତା ମହିଳା ହେଲେ ଗୋଲଖ ମହାନ୍ତଙ୍କ ପତ୍ନୀ ରାଧୀକା ମହାନ୍ତ।

ମୃତ ମହିଳାଙ୍କୁ କଟୁରିରେ ହାଣି ସ୍ୱାମୀ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ  ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ରଖିଥିଲେ। ଏହାପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ସୁକିନ୍ଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଗୋଲଖଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ,  ବିଭିନ୍ନ ସମୟରେ ଗୋଲଖ ଓ ତାଙ୍କ ସ୍ତ୍ରୀ ରାଧିକା ଙ୍କ ମଧ୍ୟରେ କହଳ ଲାଗି ରହୁଥିଲା। ହେଲେ ଆଜି ଏହା ଉଗ୍ରରୂପ ନେଇଥିଲା। ଆଜି ସକାଳେ ଉଭୟଙ୍କ ମଧ୍ୟରେ ପୁଣି କଳହ ସୃଷ୍ଟି ହେବାରୁ ଗୋଲଖ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ରାଧିକାଙ୍କୁ ଏକ କଟୁରୀରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ରାଧିକାଙ୍କ ମୃତ୍ୟୁ ହୋଇଥିବା ଜାଣି ଗୋଲଖ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଏକ ଗଛରେ ବାନ୍ଧି ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।‌

Related story