ସାତ ଜନମର ସାଥୀର ତଣ୍ଟି ଚିପି ହତ୍ୟା କଲା, ମାସେ ପରେ ମାନିଲା

ବଣାଇ (ରଞ୍ଜିତ ଚୌଧୁରୀ): ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ। ଆଉ ତା’ପରେ ସାତ ଜନମର ସାଥୀର ତଣ୍ଟି ଚିପି ହତ୍ୟା କରି ପୋତିଦେଲା ସ୍ୱାମୀ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଘଟଣା ଘଟିବାର ପ୍ରାୟ ୪୦ ଦିନ ପରେ ପର୍ଦ୍ଦା ହଟିଛି। ମହୁଲପଦା ଥାନାର ଉପର ଗିନିଆ ଗାଁର ନେପାଲ […]

bonai-murder

Manoranjan Sial
  • Published: Tuesday, 21 July 2020
  • , Updated: 21 July 2020, 04:36 PM IST

ବଣାଇ (ରଞ୍ଜିତ ଚୌଧୁରୀ): ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ। ଆଉ ତା’ପରେ ସାତ ଜନମର ସାଥୀର ତଣ୍ଟି ଚିପି ହତ୍ୟା କରି ପୋତିଦେଲା ସ୍ୱାମୀ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଘଟଣା ଘଟିବାର ପ୍ରାୟ ୪୦ ଦିନ ପରେ ପର୍ଦ୍ଦା ହଟିଛି।

ମହୁଲପଦା ଥାନାର ଉପର ଗିନିଆ ଗାଁର ନେପାଲ ମୁଣ୍ଡା। ସେ ୫ ବର୍ଷ ତଳେ ସମ୍ୱାରୀ ମୁଣ୍ଡାଙ୍କୁ ବିବାହ କରିଥିଲେ। ନିଜର ଛୋଟିଆ ଫାର୍ମରୁ ଯାହା ଉପାର୍ଜନ କରନ୍ତି, ସେଥିରେ ତାଙ୍କର ପୂରା ପରିବାର ଚଳେ। ଏବେ ତାଙ୍କର ଏକ ଛୋଟ ଝିଅ ରହିଛି। କିନ୍ତୁ ଅନେକ ସମୟରେ ନେପାଲଙ୍କ ଉପାର୍ଜିତ ଅର୍ଥକୁ ତାଙ୍କ ସ୍ତ୍ରୀ ଖର୍ଚ୍ଚ କରିଦେଉଥିବା ଅଭିଯୋଗ ହେଉଥିଲା। ଯାହାକୁ ନେଇ ନେପାଲ ଓ ସମ୍ୱାରୀଙ୍କ ମଧ୍ୟରେ ବେଳେ ବେଳେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ପ୍ରତିଶୋଧ ପରାୟଣା ହୋଇ ପଡ଼ିଥିଲେ ନେପାଲ।

ଆଜିକୁ ୪୦ ଦିନ ତଳେ ଦିନେ ଶୌଚ ବାହାନାରେ ସମ୍ୱାରୀଙ୍କୁ ନେପାଲ ନିଜ ଫାର୍ମ ପଛ ପାର୍ଶ୍ୱ ନାଳ ପାଖକୁ ଡାକି ନେଇଥିଲେ। ସେଠାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ କିଛି ଦୂରରେ ତାଙ୍କୁ ନେଇ ପୋତି ଦେଇଥିଲେ। ତା’ପରେ ଘରକୁ ପଳାଇ ଆସିଥିଲେ ନେପାଲ। ହେଲେ ଘରେ ସମ୍ୱାରୀକୁ ନପାଇ ବାପ ଘର ଲୋକେ ବାରମ୍ୱାର ନେପାଲଙ୍କୁ ପଚାରୁଥିଲେ। ନେପାଲ୍‌ଙ୍କ ଉତ୍ତର କିନ୍ତୁ ସନ୍ତୋଷ ଜନକ ନଥିଲା। ସମ୍ୱାରୀ କାହା ସହିତ ପଳାଇ ଯାଇଥିବା ନେପାଲ୍‌ କହୁଥିଲେ। ଏହା ପରେ ବାପ ଘର ଲୋକେ ଏନେଇ ମହୁଲପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ପୁଲିସର ସନ୍ଦେହ ଆଖି ନେପାଲଙ୍କ ଉପରକୁ ଯାଇଥିଲା। ପରେ ତାଙ୍କୁ ଥାନାକୁ ଆଣି ଘନ ଘନ ଜେରା କରିଥିଲା। ଶେଷରେ ନେପାଲ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଆଜି ପୁଲିସ, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍‌ ଆଗରେ ନେପାଲ ପୋତିଥିବା ସ୍ଥାନରୁ ମୃତଦେହ ଖୋଳି ବାହାର କରିଥିଲା।

Related story