ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସୋନପୁର ରାସ୍ତାର ସୁଦପଡ଼ା ରେଲୱେ ଫାଟକ ନିକଟରେ ଏକ ହାଇୱା ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଅନୀଲ ଠାକୁର। ସେ ସୋନପୁର ଜିଲ୍ଲା ତରଭାର ଏକ ମଦଭାଟିରେ କାମ କରୁଥିଲେ। ତାଙ୍କ ଘର ବିହାରରେ। ସେ ବଲାଙ୍ଗିରକୁ ମାର୍କେଟିଂ ପାଇଁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।
ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ଅଧିକ ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିଥିବା ବେଳେ ଏହାର ଡ୍ରାଇଭର ଓ ହେଲପର ଫେରାର ମାରିଛନ୍ତି। ହାଇୱା ଟ୍ରକ୍ଟି ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନୀର ବୋଲି ଜଣାପଡ଼ିଛି।
ମୃତ ବ୍ୟକ୍ତିଙ୍କ ମୁଣ୍ଡଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲ୍ମେଟ୍ କିଛି ଦୂରରେ ଛିଟିକି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ୍ ଟାଉନ୍ ଥାନା ପୁଲିସ୍ ସେମାନଙ୍କୁ ବୁଝାସୁଝା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି; କିଛି ଗଲେ, କିଛି ଆସିଲେ
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।