‘ଭଗବାନଙ୍କ ଘର ଦେଖିବାକୁ ଯାଉଥିବାରୁ ନିଜକୁ ଧନ୍ୟ ମଣୁଛି’

ପୁରୀ(ଓଡ଼ିଶା ରିପୋର୍ଟର): “ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଯାଉଥିବାରୁ ମନରେ ବହୁ ଉତ୍କଣ୍ଠା ରହିଛି। ଏବେ କିଛି କହିହେବନି। ଜଣେ ଇଞ୍ଜିନିୟର ଭାବେ ନିଜକୁ ଗର୍ବ ଅନୁଭବ କରୁଛି। କାରଣ ମୁଁ ମହାପ୍ରଭୁଙ୍କ ଘର ଦେଖିବାକୁ ଯାଉଛି। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଇଏ ସବୁ ଭଗବାନଙ୍କ ଲୀଳା, ସମସ୍ତ ଭକ୍ତ ଦେଖିବେ। ଭଗବାନ ଆମକୁ ନିଶ୍ଚିତ ଦିଗ୍‌ଦର୍ଶନ ଦେବେ।” ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ଏପରି […]

jagannath

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 01:00 PM IST

ପୁରୀ(ଓଡ଼ିଶା ରିପୋର୍ଟର): “ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଯାଉଥିବାରୁ ମନରେ ବହୁ ଉତ୍କଣ୍ଠା ରହିଛି। ଏବେ କିଛି କହିହେବନି। ଜଣେ ଇଞ୍ଜିନିୟର ଭାବେ ନିଜକୁ ଗର୍ବ ଅନୁଭବ କରୁଛି। କାରଣ ମୁଁ ମହାପ୍ରଭୁଙ୍କ ଘର ଦେଖିବାକୁ ଯାଉଛି। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଇଏ ସବୁ ଭଗବାନଙ୍କ ଲୀଳା, ସମସ୍ତ ଭକ୍ତ ଦେଖିବେ। ଭଗବାନ ଆମକୁ ନିଶ୍ଚିତ ଦିଗ୍‌ଦର୍ଶନ ଦେବେ।” ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଲା ବେଳେ ଏପରି ଭାବବ୍ୟହଳ ହୋଇପଡ଼ିଥିଲେ କୋର କମିଟି ସଦସ୍ୟ ଏନ୍‌.ସି. ପଲ୍‌। ଯିବା ପୂର୍ବରୁ ସମସ୍ତଙ୍କୁ ହାତ ଯୋଡ଼ି ନମସ୍କାର ମଧ୍ୟ ହୋଇଥିଲେ। ଏଥିରୁ ଜଣାପଡ଼ୁଛି ରତ୍ନଭଣ୍ଡର ଭିତରକୁ ପସିବା ପାଇଁ ମନରେ କେତେ ଅଛି ଉତ୍କଷ୍ଠା।

ଆଜି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବ। ଏଥିପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗାମୁଛା ପିନ୍ଧି ସମସ୍ତେ ଭିତରକୁ ଯିବେ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରତିନିଧି, ବିଶେଷଜ୍ଞ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପଦାଧିକାରୀଙ୍କୁ ନେଇ ଗଠିତ ମୋଟ ୧୭ଜଣିଆରେ ଅନ୍ୟତମ ସଦସ୍ୟ ହେଉଛି କୋର କମିଟି ସଦସ୍ୟ ଏନ୍‌.ସି ପଲ୍‌।

Related story