ଚିକୁନ୍‌ଙ୍କ ସ୍ତ୍ରୀ କହିଲେ- ମୋ ସ୍ୱାମୀ ମୋତେ ଦରକାର, ନଆସିଲେ କେସ୍ କରିବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ପୁଲିସ୍‌କୁ କହିଲି, ମୋ ସ୍ୱାମୀ ମୋତେ ଦରକାର।’ ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମିଛ ଅପହରଣ ଘଟଣାର ନାୟକ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ଙ୍କ ପତ୍ନୀ ଆଜି ଏହି କଥା କହିଛନ୍ତି। ପୁଲିସ୍‌ ତାଙ୍କୁ ପଚରାଉଚରା ପାଇଁ ଡାକିଥିବା ବେଳେ ସେ ଗଣମାଧ୍ୟମ ଆଗରେ ଏ କଥା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର କେହି ଶତ୍ରୁ ଅଛନ୍ତି କି ବୋଲି ପୁଲିସ୍ ପଚାରିଥିଲା। ତେବେ ସେ ଜାଣନ୍ତି […]

Chikun's wife

Jitendra Garnayak
  • Published: Thursday, 16 September 2021
  • , Updated: 16 September 2021, 02:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ପୁଲିସ୍‌କୁ କହିଲି, ମୋ ସ୍ୱାମୀ ମୋତେ ଦରକାର।’ ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମିଛ ଅପହରଣ ଘଟଣାର ନାୟକ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ଙ୍କ ପତ୍ନୀ ଆଜି ଏହି କଥା କହିଛନ୍ତି। ପୁଲିସ୍‌ ତାଙ୍କୁ ପଚରାଉଚରା ପାଇଁ ଡାକିଥିବା ବେଳେ ସେ ଗଣମାଧ୍ୟମ ଆଗରେ ଏ କଥା କହିଛନ୍ତି।

ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର କେହି ଶତ୍ରୁ ଅଛନ୍ତି କି ବୋଲି ପୁଲିସ୍ ପଚାରିଥିଲା। ତେବେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ। ସେହିଭଳି ପୁଲିସ୍ ତାଙ୍କୁ ଚିକୁନ୍‌ଙ୍କ ପ୍ରେମ ସଂପର୍କ ବିଷୟରେ ବି ପଚାରିଥିଲା। ସ୍ୱାମୀଙ୍କ ପ୍ରେମ ସଂପର୍କ ବିଷୟରେ ସେ କିଛି ଜାଣି ନଥିଲେ ବୋଲି କହିଥିଲେ।

ସେ ଆହୁରି କହିଛନ୍ତି, ମୋର ବିଶ୍ୱାସ ଅଛି ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ। ମୋତେ ନିଶ୍ଚିତ ନ୍ୟାୟ ମିଳିବ। ଯଦି ସ୍ୱାମୀ ବୁଲି ପଡ଼ନ୍ତି ବା ନଆସନ୍ତି, ତା’ହେଲେ ତାଙ୍କ ନାଁରେ କେସ୍ କରିବି।

ସୂଚନାଯୋଗ୍ୟ, ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିବା ପତିତପାବନ ପୃଷ୍ଟି ମିଛ ଅପହରଣ ନାଟକ ରଚି ତାଙ୍କର ଜଣେ ବାନ୍ଧବୀଙ୍କୁ ଧରି ମଧ୍ୟପ୍ରଦେଶ ପଳାଇଥିଲେ। ସେ ଦିଲ୍ଲୀ ଯାଇ ତାଙ୍କ ସହିତ ଘର ସଂସାର କରିବାକୁ ଯୋଜନା କରିଥିଲେ। ତେବେ ମଧ୍ୟପ୍ରଦେଶର କଟନିରୁ ଧରାପଡ଼ିବା ପରେ ସେମାନଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି। ଧଉଳି ଥାନାରେ ସେମାନଙ୍କୁ ପୁଲିସ୍ ପଚରାଉଚରା କରିବା ପରେ ଚିକୁନ୍‌ଙ୍କୁ ଗିରଫ କରିଛି।

Related story