ସୂର୍ଯ୍ୟକିରଣ ଶୋରେ ଉଡ଼ିବ ୯ ହକ୍ ବିମାନ, ଆସନ୍ତାକାଲି ପହଞ୍ଚିବ N32

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ଲାଗି ଆସନ୍ତାକାଲି N32 ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ। ଶୋରେ ଇଣ୍ଡକ୍ସନ ଟିମ୍ ଆସି ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୮ ତାରିଖରେ C17 ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ। ୯ ତାରିଖରେ ସୋରେ ଭାଗ ନେବାକୁ […]

fly

  • Published: Monday, 05 September 2022
  • , Updated: 05 September 2022, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ଲାଗି ଆସନ୍ତାକାଲି N32 ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ। ଶୋରେ ଇଣ୍ଡକ୍ସନ ଟିମ୍ ଆସି ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୮ ତାରିଖରେ C17 ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ। ୯ ତାରିଖରେ ସୋରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ। ଶୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ।

୧୦ରେ ମ୍ୟାପିଂ ସର୍ଟି ବା ରିହରସଲ୍ ହେବ। ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ’ ପାଇଁ ଯୋଜନା ହୋଇଛି। ୧୬ରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀର ଜାଲି ପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ ୧୮ରେ ପୁରୀର ଗଭର୍ଣ୍ଣର ହାଉସ୍ ଉପରେ ଶୋ ପାଇଁ ଯୋଜନା ରଖାଯାଇଛି।

ପାଣିପାଗ ସ୍ଥିତି ଆଧାରରେ ସକାଳ ୧୦ଟାରୁ ୧୧ଟା କିମ୍ବା ଅପରାହ୍ଣ ୪ଟା ୧୫ରୁ ୫ଟା ୧୫ ଯାଏଁ ହେବ ଶୋ। ପୁରୀ ଏୟାର ଶୋ ସୁନିଶ୍ଚିତ ହୋଇସାରିଛି। ଭୁବନେଶ୍ୱର ଏୟାର ଶୋ ପାଇଁ ଏୟାର ସ୍ପେସ ଅନୁମତିକୁ ଅପେକ୍ଷା ରହିଛି ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି।

Related story