ପିପିଇ, ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଉକ୍ତ ସମୟରେ କ୍ରୟ କମିଟି ମୁଖ୍ୟ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିବା ବେଳେ  ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା।  ଏ ସମ୍ପର୍କରେ ଆଜି ନିଜ ପକ୍ଷ ରଖିବାକୁ  ହେମନ୍ତଙ୍କୁ କୁହାଯାଇଥିବା ବେଳେ ସେ ନିଜେ ହାଜର ହେଲେନି କି ନିଜ ପକ୍ଷ […]

DVQtvrWVMAEnwO5

Niharika Rout
  • Published: Friday, 07 August 2020
  • , Updated: 07 August 2020, 02:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଉକ୍ତ ସମୟରେ କ୍ରୟ କମିଟି ମୁଖ୍ୟ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିବା ବେଳେ  ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା।  ଏ ସମ୍ପର୍କରେ ଆଜି ନିଜ ପକ୍ଷ ରଖିବାକୁ  ହେମନ୍ତଙ୍କୁ କୁହାଯାଇଥିବା ବେଳେ ସେ ନିଜେ ହାଜର ହେଲେନି କି ନିଜ ପକ୍ଷ ରଖିଲେନି । ହେମନ୍ତ ଶର୍ମା ଓ ପ୍ରତିପକ୍ଷ ଉତ୍ତର ନ ରଖିବାରୁ ଶୁଣାଣି ହୋଇପାରିଲାନି। ସେପ୍ଟେମ୍ବର ୧୪ ଭିତରେ ଉତ୍ତର ରଖିବାକୁ ଲୋକାୟୁକ୍ତ ନୋଟିସ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ କ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଚାଲିଛି। ଏନେଇ କ୍ୟାପିଟାଲ ଥାନାରେ  ମଧ୍ୟ ଅଭିଯୋଗ ହୋଇଥିଲା। ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଆଇଏଏସ୍ ହେମନ୍ତ ଶର୍ମା କ୍ରୟ କମିଟି ମୁଖ୍ୟ ଭାବେ ରାଜକୋଷକୁ ବ୍ୟାପକ ହରିଲୁଟ୍ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ମାସ୍କ, ପିପିଇ କିଟ୍‌, ଭେଣ୍ଟିଲେଟର, ହ୍ୟାଣ୍ଡ ସାନିଟାଇଜର ଆଦି କ୍ରୟରେ ସମସ୍ତ ସରକାରୀ ନୀତିନିୟମକୁ ଅଣଦେଖା କରି ରାଜ୍ୟ ବାହାରର କମ୍ପାନୀଗୁଡ଼ିକୁ ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ମାସ୍କ କିଣା ଦରରେ ବ୍ୟାପକ ଅନିୟମିତତା ହିଁ ଏସବୁ କିଣାରେ ଦୁର୍ନୀତି ଓ ଲୁଟ୍‌ର ଷଡ଼ଯନ୍ତ୍ରକୁ ସୂଚାଉଛି। କେବଳ ସେତିକି ନୁହେଁ ୩ ଥର ଟେଣ୍ଡର ଡାକି ତାକୁ ଖାରଜ କରାଯାଇଥିବା ପ୍ରମାଣ ରହିଛି। ଏସବୁ ବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲେ ମଧ୍ୟ ସମସ୍ତ କିଣାବିକାର କାର୍ପେଟଦାର ହେମନ୍ତ ଶର୍ମା ସାଜିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓ ଫାଇଭ-ଟି ସଚିବ କିଭଳି ହେମନ୍ତ ଶର୍ମାଙ୍କ ଭଳି ଜଣେ ଅନଭିଜ୍ଞ ବ୍ୟକ୍ତିଙ୍କୁ ସାମଗ୍ରୀ କିଣା ଦାୟିତ୍ୱରେ ରଖିଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଅଫିସର ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Related story