ଆଇଏଏସ୍ ରଞ୍ଜନ ଦାସ ହଟହଟା, ଦାୟିତ୍ୱରେ ରହିପାରିଲେନି ୨୪ଘଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ରଞ୍ଜନ କୁମାର ଦାସ ଆଜି ହଟହଟା ହୋଇଛନ୍ତି। ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବାର ୨୪ଘଣ୍ଟା ନପୁରୁଣୁ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଶକ୍ତି ବିଭାଗର ପ୍ରମୁଖ ସଚିବ […]

ias-ranjan-das

Ordigital Desk
  • Published: Thursday, 18 November 2021
  • , Updated: 18 November 2021, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ରଞ୍ଜନ କୁମାର ଦାସ ଆଜି ହଟହଟା ହୋଇଛନ୍ତି। ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବାର ୨୪ଘଣ୍ଟା ନପୁରୁଣୁ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଶକ୍ତି ବିଭାଗର ପ୍ରମୁଖ ସଚିବ ୧୯୯୩ ବ୍ୟାଚର ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶନାମା ଗତକାଲି ଅପରାହ୍ନରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ନେଇଥିବା ରଞ୍ଜନ ଦାସଙ୍କ ପାଇଁ ଶକ୍ତ ଅପମାନ ସଦୃଶ ହୋଇଛି।

ରାଜ୍ୟ ସରକାର ୧୨ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଉତ୍ତରାଂଚଳ ଆରଡିସି ଭାବେ ବଦଳି କରିଥିଲେ। ତାଙ୍କ ସ୍ଥାନରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ସଚିବ ଦାୟିତ୍ୱରେ ରହିବାକୁ ଅନୁମତି ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗର ଏହି ବିଜ୍ଞପ୍ତି ଅନୁସାରେ ଶ୍ରୀ ଦଳାଇଙ୍କୁ ମଙ୍ଗଳବାର ବିଦାୟକାଳୀନ ସମ୍ବର୍ଦ୍ଧନା ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିଲା। ଏହାପରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ବୁଧବାର ଅପରାହ୍ନରେ ବିଭାଗର ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ ।

ସଚିବ ଦାୟିିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ନପୁରୁଣୁ ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ତାଙ୍କ ଭାଇ ଭବପ୍ରସାଦ ଦାସ ସଚିବାଳୟ ଆସି ଶ୍ରୀ ଦାସଙ୍କୁ ପୁଷ୍କଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ଯାଜପୁରରେ ସାଂସ୍କୃତିକ ଐତିହ୍ୟର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯାହାକି ରଞ୍ଜନ ଦାସଙ୍କ ବିଜେଡି ସଂଗଠନ ସମ୍ପାଦକଙ୍କ ସହ ଘନିଷ୍ଠ ସମ୍ପର୍କର ସୂଚନା ଦେଇଥିଲା ।

ବିଜେଡି ସଂଗଠନ ସମ୍ପାଦକଙ୍କ ଘନିଷ୍ଠ ହୋଇଥିବାରୁ ଯାଜପୁରର ପୂର୍ବତନ ଜିଲ୍ଲାପାଳ ଥିବା ଶ୍ରୀ ଦାସ ବିଭାଗର ସଚିବ ଭାବେ ବେଶ୍ କିଛିଦିନ କାମ କରିବେ ବୋଲି ଭାବି ନେଇଥିଲେ । ମାତ୍ର ରାଜ୍ୟ ସାଧାରଣ ପ୍ରଶାସନ ଆଜି ଏକ ନିର୍ଦ୍ଦେଶନାମା ବଳରେ ଶକ୍ତି ସଚିବଙ୍କୁ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଆଉ ଯାହାକି ରଞ୍ଜନ ଦାସଙ୍କୁ ଶକ୍ତ ଧକ୍କା ଲାଗିଛି । ବିଭାଗର ସଚିବ ଭାବେ ମାତ୍ର ୨୪ଘଣ୍ଟା ବି କାର୍ଯ୍ୟ କରିବାର ସୁଯୋଗ ନପାଇବା ଓ ଏଭଳି ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବା ଏବେ ସଚିବାଳୟରେ ଚର୍ଚ୍ଚାର ବିଷୟ ହୋଇଛି ।

Related story