ଓଡ଼ିଶାରେ ଆଇସିଜେଡ୍ଏମ୍‌ର କାର୍ଯ୍ୟକାରିତାକୁ ବିଶ୍ୱବ୍ୟାଙ୍କର ପ୍ରଶଂସା, ସହାୟତା ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନ୍‌ଜେମେଣ୍ଟ୍ (ଆଇସିଜେଡ୍ଏମ୍)ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛି ବିଶ୍ୱ ବ୍ୟାଙ୍କ। ଆଉ ଏହା ସହିତ ଏହି କାର୍ଯ୍ୟକୁ ସଂପ୍ରସାରଣ କରିବାକୁ ସହାୟତା ଯୋଗାଇ ଦେବାକୁ ମଧ୍ୟ ବିଶ୍ୱବ୍ୟାଙ୍କ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଫିସ୍ ତରଫରୁ ଦିଆଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ପାଉଲ କାବାଲେରୋଙ୍କ ନେତୃତ୍ୱରେ ବିଶ୍ୱ ବ୍ୟାଙ୍କର ଏକ ତିନି ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ଆଇସିଜେଡ୍ଏମ୍ […]

worldbank

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 04:18 PM IST

ଭୁବନେଶ୍ୱର: ଓଡ଼ିଶାରେ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନ୍‌ଜେମେଣ୍ଟ୍ (ଆଇସିଜେଡ୍ଏମ୍)ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛି ବିଶ୍ୱ ବ୍ୟାଙ୍କ। ଆଉ ଏହା ସହିତ ଏହି କାର୍ଯ୍ୟକୁ ସଂପ୍ରସାରଣ କରିବାକୁ ସହାୟତା ଯୋଗାଇ ଦେବାକୁ ମଧ୍ୟ ବିଶ୍ୱବ୍ୟାଙ୍କ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।

ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଫିସ୍ ତରଫରୁ ଦିଆଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ପାଉଲ କାବାଲେରୋଙ୍କ ନେତୃତ୍ୱରେ ବିଶ୍ୱ ବ୍ୟାଙ୍କର ଏକ ତିନି ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ଆଇସିଜେଡ୍ଏମ୍ କାର୍ଯ୍ୟକାରିତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବେଶ୍ ଉତ୍ସାହଜନକ ବୋଲି ଏହି ବିଶେଷଜ୍ଞ ଦଳ କହିଛନ୍ତି। ତା’ସହିତ ପାରାଦୀପ ଭଳି ଉପକୂଳୀୟ ଶିଳ୍ପାଞ୍ଚଳଗୁଡ଼ିକରେ ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟ ସଂପଦର ପରିଚାଳନା ଓ ଇକୋ-ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ସହାୟତାର ହାତ ବଢ଼ାଇବା ପାଇଁ ବିଶ୍ୱ ବ୍ୟାଙ୍କ୍ ପ୍ରସ୍ତାବ ଦେଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ମତ୍ସ୍ୟ, ଇକୋ-ଟୁରିଜିମ୍ ଓ ଜୀବନଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ନେଇ ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କର ସହାୟତା ପାଇପାରନ୍ତି। ଆଇସିଜେଡ୍ଏମ୍‌ର ପ୍ରଥମ ପର୍ଯ୍ୟାୟରେ ଯେମିତି କାମ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଠିକ୍‌ ସେମିତି କାର୍ଯ୍ୟ କରାଯିବ।

ଆଇସିଜେଡ୍ଏମ୍ କାର୍ଯ୍ୟକ୍ରମ ଓଡ଼ିଶା ସମେତ ଗୁଜରାଟ ଓ ପଶ୍ଚିମବଙ୍ଗରେ ମଧ୍ୟ କାର୍ଯ୍ୟକାରୀ ହୋଇଛି। ତେବେ ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ ଏଥିରେ ଓଡ଼ିଶାର ପ୍ରଦର୍ଶନ ସବୁଠୁ ଅଧିକ ଭଲ ରହିଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟରେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଗଠନ କରାଯାଇଛି କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍‌ମେଣ୍ଟ୍ ସୋସାଇଟି ଅଫ୍ ଓଡ଼ିଶା।

ଆଇସିଜେଡ୍ଏମ୍‌ର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଉପକୂଳର ପ୍ରାୟ ୧୮୦ କିଲୋମିଟର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ଯୋଜନାକୁ ବାକି ୩୦୦ କି.ମି ଉପକୂଳ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଅର୍ଥ ଦେବାରେ ବିଳମ୍ବ କରିଥିବା ଯୋଗୁଁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଥିଲେ।

Related story