ଖଣି ଓ ଇସ୍ପାତ ବିଭାଗ ଅଧୀନକୁ ଯିବ ‘ଇଡକଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ, ସ୍ଥାପନ ଓ ପରିଚାଳନା ନିମନ୍ତେ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିଃ(ଇଡକଲ) ଏଣିକି ଖଣି ଓ ଇସ୍ପାତ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରି ‘ଇଡ୍‌କଲ’କୁ ଶିଳ୍ପ ବିଭାଗଠୁ କାଢ଼ି ଆଣି ଇସ୍ପାତ ଓ ଖଣି ବିଭାଗ ଅଧୀନରେ ରଖିବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଖୁବଶୀଘ୍ର ‘ଇଡକଲ’ ବିଧିବଦ୍ଧ ଭାବେ ଖଣି […]

Odisha Mining Corporation Limited

Ordigital Desk
  • Published: Wednesday, 09 June 2021
  • , Updated: 09 June 2021, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ, ସ୍ଥାପନ ଓ ପରିଚାଳନା ନିମନ୍ତେ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିଃ(ଇଡକଲ) ଏଣିକି ଖଣି ଓ ଇସ୍ପାତ ବିଭାଗ ଅଧୀନରେ କାର୍ଯ୍ୟ କରିବ। ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରି ‘ଇଡ୍‌କଲ’କୁ ଶିଳ୍ପ ବିଭାଗଠୁ କାଢ଼ି ଆଣି ଇସ୍ପାତ ଓ ଖଣି ବିଭାଗ ଅଧୀନରେ ରଖିବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଖୁବଶୀଘ୍ର ‘ଇଡକଲ’ ବିଧିବଦ୍ଧ ଭାବେ ଖଣି ଓ ଇସ୍ପାତ ବିଭାଗ ଅଧୀନକୁ ଆସିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଇଡକଲକୁ ଖଣି ଓ ଇସ୍ପାତ ବିଭାଗ ଅଧୀନକୁ ସ୍ଥାନାନ୍ତର କରିବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟରେ ଆସିଥିଲା । ଇଡକଲର କାର୍ଯ୍ୟକଳାପ ଏବେ ମୁଖ୍ୟତଃ ଖଣିଭିତ୍ତିକ ସ କିଛି ମାତ୍ରାରେ ଶିଳ୍ପଭିତ୍ତିକ ରହିଛି । ବିଗତ କିଛି ବର୍ଷ ଧରି ଇଡକଲ ଚୂନପଥର ଖଣି, ଲୁହାପଥର ଖଣି, ମାଙ୍ଗାନିଜ୍ ଖଣି ଓ କ୍ରୋମାଇଟ୍ ଖଣି କାର୍ଯ୍ୟ ସମ୍ପାଦନ କରିଆସୁଛି ।

ଇଡକଲ ଏବେ ଖଣିଜଭିତ୍ତିକ ଶିଳ୍ପଗୁଡ଼ିକର ମୂଳ କାର୍ଯ୍ୟକଳାପକୁ ଏକୀଭୂତ କରିବା ଉପରେ ଗୁରୁତ୍ୱ ଦେଉଛି । ଯେହେତୁ ଇଡକଲର ମୂଳ ଉଦ୍ଦେଶ୍ୟ ଏବେ ଖଣି କ୍ଷେତ୍ରକୁ ପରିବର୍ତ୍ତିତ ହୋଇଛି, ତେଣୁ ଏହାକୁ ଖଣି ଓ ଇସ୍ପାତ ବିଭାଗକୁ ସ୍ଥାନାନ୍ତର କରାଯିବା ଆବଶ୍ୟକତା ପଡ଼ିଛି । ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ରାଜ୍ୟରେ ଶିଳ୍ପାୟନ ଓ ପରିଚାଳନାରେ ଏହା ନିଜର ଉତ୍କର୍ଷ ପ୍ରତିପାଦିତ କରିପାରିଛି । ପରିବର୍ତ୍ତିତ ସମୟରେ ରାଜ୍ୟରେ ଶିଳ୍ପଭିତ୍ତିକ ଅର୍ଥନୀତି ସହିତ ତାଳଦେଇ ଆବଶ୍ୟକତା ଅନୁସାରେ ଇଡକଲ ଏହାର ମାନବ ସମ୍ବଳ, ବ୍ୟବସାୟ ଓ କାର୍ଯ୍ୟାନ୍ୱୟନକୁ ପୁନର୍ବିନ୍ୟାସ କରିଛି ।

Related story