ଥାନା ଜାଣିବ ଭଡ଼ାଟିଆ ତଥ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ଭଡ଼ାଟିଆଙ୍କ ତଥ୍ୟ ଘର ମାଲିକମାନେ ଏବେ ଥାନାକୁ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ଘର ଭଡ଼ା ଦେବା ପୂର୍ବରୁ ଭଡାଟିଆଙ୍କଠାରୁ ଆଧାରକାଡ଼, ଡ୍ରାଇଭିଂ ଲାଇସେନ୍ସ, ଭୋଟରକାର୍ଡ଼ ପରି ପରିଚୟପତ୍ର ରଖିବାକୁ କହିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଯାହାଫଳରେ ରାଜଧାନୀରେ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଡିସିପିଙ୍କ କହିବା ଅନୁସାରେ ରାଜ୍ୟବାହାରୁ ଆସିଥିବା ଲୋକମାନେ ବସ୍ତି ଅଞ୍ଚଳରେ ଘର ଭଡ଼ା ନେଇ […]

umasankar

Manoranjan Sial
  • Published: Monday, 04 January 2021
  • , Updated: 04 January 2021, 05:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ଭଡ଼ାଟିଆଙ୍କ ତଥ୍ୟ ଘର ମାଲିକମାନେ ଏବେ ଥାନାକୁ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ଘର ଭଡ଼ା ଦେବା ପୂର୍ବରୁ ଭଡାଟିଆଙ୍କଠାରୁ ଆଧାରକାଡ଼, ଡ୍ରାଇଭିଂ ଲାଇସେନ୍ସ, ଭୋଟରକାର୍ଡ଼ ପରି ପରିଚୟପତ୍ର ରଖିବାକୁ କହିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଯାହାଫଳରେ ରାଜଧାନୀରେ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ଡିସିପିଙ୍କ କହିବା ଅନୁସାରେ ରାଜ୍ୟବାହାରୁ ଆସିଥିବା ଲୋକମାନେ ବସ୍ତି ଅଞ୍ଚଳରେ ଘର ଭଡ଼ା ନେଇ ଗ୍ରୁପ୍‌ରେ ରହୁଛନ୍ତି। ସେମାନେ ସହରର ସ୍ଥିତି ଦେଖି ମୋବାଇଲ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଲୁଟ୍‌ କରି ଚମ୍ପଟ ମାରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ଡିସିପି କହିଛନ୍ତି।

ସୂଚନାରୁ ପ୍ରକାଶ, ଗତକାଲି କମିଶନରେଟ ପୁଲିସ ଚିନ୍ତାମଣିଶ୍ୱରପୁର ଅଞ୍ଚଳରେ ଏକ ଭଡ଼ା ଘରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏପରିକି ସେମାନଙ୍କଠାରୁ ୧୦୦ରୁ ଅଧିକ ମୋବାଇଲ୍‌ ଜବତ କରିଥିଲା। ଏହି ଅଭିଯୁକ୍ତମାନେ ଝାରଖଣ୍ଡରୁ ଆସି ଏଠାରେ ରହୁଥିଲେ। ସମୟ ସୁବିଧା ଦେଖି ଲୁଟ୍‌ କରି ଚମ୍ପଟ ମାରୁଥିଲେ। ଏପରି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍‌ ପୁଲିସ ଆଜି ପରିଚୟପତ୍ର ବାଧ୍ୟତାମୂଳକ କରିଛି। ଥାନାରେ ଭଡ଼ାଟିଆଙ୍କ ତଥ୍ୟ ରହିଲେ ଅପରାଧୀଙ୍କୁ ଶୀଘ୍ର ଧରିହେବ ବୋଲି ଡିସିପି କହିଛନ୍ତି।

Related story