ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ। ଆଉ ଫାଇନ୍‌ କାଟି ଚୁପଚାପ ଖସି ପାରିବେ ନାହିଁ। ଏଣିକି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ଧରା ପଡ଼ିଲେ ହେବେ ହଟହଟା । ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖିବା ସହ କୋର୍ଟଚାଲାଣ କରିବ ପୁଲିସ୍‌।  ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ । ଏବେ କମିଶନରେଟ ପୁଲିସ୍‌ ଓ ଅବକାରୀ ବିଭାଗ ଆକ୍ସନ […]

police raid

Niharika Rout
  • Published: Saturday, 07 May 2022
  • , Updated: 07 May 2022, 02:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ। ଆଉ ଫାଇନ୍‌ କାଟି ଚୁପଚାପ ଖସି ପାରିବେ ନାହିଁ। ଏଣିକି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ଧରା ପଡ଼ିଲେ ହେବେ ହଟହଟା । ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖିବା ସହ କୋର୍ଟଚାଲାଣ କରିବ ପୁଲିସ୍‌।  ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ । ଏବେ କମିଶନରେଟ ପୁଲିସ୍‌ ଓ ଅବକାରୀ ବିଭାଗ ଆକ୍ସନ ମୁଡକୁ ଆସି ଯାଇଥିବାରୁ ଆଉ ବର୍ତ୍ତିପାରିବେନି ମଦୁଆ ଡ୍ରାଇଭର ।

 ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ କମିଶନରେଟ ପୁଲିସ୍‌ ସମେତ ଅବକାରୀ ବିଭାଗ ପକ୍ଷରୁ ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ସରପ୍ରାଇଜ୍ ଚେକିଂ କରାଯାଉଛି। ଗତ ରାତିରେ ଭୁବନେଶ୍ୱର ହାଇଟେକ୍ ଛକରେ ପୁଲିସ୍‌ ଓ ଆରଟିଓ ଅଧିକାରୀ ଗାଡି ମୋଟର ତନଖି କଲାବେଳେ କିଛି ମଦ୍ୟପ ଡ୍ରାଇଭର ଧରାପଡିଥିଲେ ।

[caption id="attachment_732809" align="aligncenter" width="650"] ଗତ ରାତିରେ ହାଇଟେକ ଛକରେ ମୁତୟନ ପୁଲିସ୍‌ ।[/caption]

ଏନେଇ ଭୁବନେଶ୍ୱର ଆରଟିଓ-୨ ଅଧିକାରୀ ବିରଞ୍ଚି ନାରାୟଣ କହିଛନ୍ତି, ପୁଲିସ୍‌ ମହାନିର୍ଦ୍ଦେଶକ ଓ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଚେଶ୍ୱର ପୁଲିସ୍‌ ଓ ଆରଟିଓ-୨ ତରଫରୁ ହାଇଟେକ ଛକରେ   ମିଳିତ ଚେକିଂ କରାଯାଇଥିଲା। ମଦ୍ୟପଙ୍କୁ ଧରିବା ସହ ଯାହା ଗାଡ଼ିରେ ଲାଇଟ୍‌ ଜଳୁନି ସେମାନଙ୍କର ମଧ୍ୟ ଚାଲାଣ କଟାଯାଇଛି। ଯିଏ ମଦ ପିଇ ଗାଡ଼ି ଚଲାଇବ, ସିଏ ଅଟକ ରହି କୋର୍ଟ ଚାଲାଣ ହେବେ। ଆଉ ଫାଇନ୍‌ ଦେଇ ଖସି ପାରିବେନି। 

Related story