ସରକାରୀ କାର୍ଯ୍ୟାଳୟରୁ କରୋନା ଆକ୍ରାନ୍ତ ବାହାରିଲେ କିପରି କରାଯିବ ମୁକାବିଲା, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି କରୋନା। ଏଥିରୁ ବାଦ ପଡ଼ୁ ନାହିଁ ସରକାରୀ କାର୍ଯ୍ୟାଳୟ, ପୁଲିସ୍‌ ଷ୍ଟେଶନ, ମେଡିକାଲ ଆଦି ଅନୁଷ୍ଠାନ ।  କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।  ଆଗକୁ  ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ କରୋନା ପଜିଟିଭି ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଯଦି କୌଣସି ସରକାରୀ ଅଫିସରୁ କୋରନା […]

govt-2

Niharika Rout
  • Published: Friday, 24 July 2020
  • , Updated: 24 July 2020, 08:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି କରୋନା। ଏଥିରୁ ବାଦ ପଡ଼ୁ ନାହିଁ ସରକାରୀ କାର୍ଯ୍ୟାଳୟ, ପୁଲିସ୍‌ ଷ୍ଟେଶନ, ମେଡିକାଲ ଆଦି ଅନୁଷ୍ଠାନ ।  କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।  ଆଗକୁ  ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ କରୋନା ପଜିଟିଭି ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ଯଦି କୌଣସି ସରକାରୀ ଅଫିସରୁ କୋରନା ଆକ୍ରାନ୍ତ ବାହାରନ୍ତି ତେବେ କ’ଣ ପଦକ୍ଷେପ ନିଆଯିବ, ସେ ନେଇ ଏକ ୧୨ ସୂତ୍ରୀ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ପରାମର୍ଶ କରି ଏହି ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଏହି ନିୟମ ଲାଗୁ କରିବାର ଦାୟିତ୍ୱ ହେଉଛି ଅଫିସ୍  ମୁଖ୍ୟଙ୍କର ବା କୋଭିଡ୍ କମ୍ପ୍ଲାଏନ୍ସ ଅଫିସରଙ୍କର ।

ଯଦି କିଏ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୁଅନ୍ତି,  ତେବେ ତାଙ୍କୁ ତୁରନ୍ତ ହୋମ୍ ଆଇସୋଲେସନରେ ରହିବାକୁ କୁହାଯିବ । କିମ୍ବା କୋଭିଡ ଟ୍ରିଟମେଣ୍ଟ ସେଣ୍ଟରକୁ ପଠାଯିବ।  ତାଙ୍କର କଣ୍ଟାକ୍ସ ଟ୍ରେସିଂ କରାଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ମଧ୍ୟ  କ୍ୱାରେଣ୍ଟିନରେ ରଖାଯିବ । ଗାଇଡ୍ ଲାଇନ୍ ଅନୁଯାୟୀ ସବୁ ପରିଚାଳନା କରାଯିବ  ।

କରୋନା ଆକ୍ରାନ୍ତ ଚିହ୍ନଟ ସରକାରୀ କର୍ମଚାରୀ ଯେଉଁ ଅଫିସରେ କାମ କରୁଥିଲେ, ସେହି ସ୍ଥାନକୁ ବିଶୋଧନ କରାଯିବ । ଯଦି ଏକାଧିକ ପଜିଟିଭ ବାହାରନ୍ତି, କିମ୍ବା ୪୮ ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସେହି ସ୍ଥାନକୁ ଯାଇଥାନ୍ତି, ତେବେ ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ଆକ୍ରାନ୍ତ ବାହାରନ୍ତି, ପୁରା ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇପାରେ।  ଏପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯିବ ।

Related story