ଓଡ଼ିଶାରେ କୁଳପତି ପରୀକ୍ଷାରେ ପ୍ରଶ୍ନ: ଭଗବାନ ପ୍ରକଟ ହେଲେ କ’ଣ ବର ମାଗିବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ଭଗବାନ ପ୍ରକଟ ହେଲେ କ’ଣ ବର ମାଗିବେ ଭଳି ପ୍ରଶ୍ନ କୁଳପତି ପଦ ପାଇଁ ସର୍ଟଲିଷ୍ଟ ହୋଇଥିବା ବରିଷ୍ଠ ପ୍ରଫେସରମାନଙ୍କୁ ପରୀକ୍ଷାବେଳେ ପଚରାଯାଇଥିବାରୁ ସେମାନେ ଏହାକୁ ସେମାନଙ୍କ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ , ସର୍ଟଲିଷ୍ଟ ହୋଇଥିବା ୩ଜଣ ପ୍ରାର୍ଥୀଙ୍କୁ ଗତ ସୋମବାର ରାଜଭବନରେ ରାଜ୍ୟପାଳଙ୍କ ସହ […]

question

Manoranjan Sial
  • Published: Saturday, 28 November 2020
  • , Updated: 28 November 2020, 11:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ଭଗବାନ ପ୍ରକଟ ହେଲେ କ’ଣ ବର ମାଗିବେ ଭଳି ପ୍ରଶ୍ନ କୁଳପତି ପଦ ପାଇଁ ସର୍ଟଲିଷ୍ଟ ହୋଇଥିବା ବରିଷ୍ଠ ପ୍ରଫେସରମାନଙ୍କୁ ପରୀକ୍ଷାବେଳେ ପଚରାଯାଇଥିବାରୁ ସେମାନେ ଏହାକୁ ସେମାନଙ୍କ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ , ସର୍ଟଲିଷ୍ଟ ହୋଇଥିବା ୩ଜଣ ପ୍ରାର୍ଥୀଙ୍କୁ ଗତ ସୋମବାର ରାଜଭବନରେ ରାଜ୍ୟପାଳଙ୍କ ସହ ‘ଆଲୋଚନା’ ପାଇଁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କୁଳାଧିପତି ବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲର ପତ୍ନୀ ସୁଶୀଲା ଦେବୀଙ୍କ ରବିବାର ରାତିରେ ଦେହାନ୍ତ ହୋଇଥିବାରୁ ରାଜ୍ୟପାଳଙ୍କ ସହ ସେମାନଙ୍କ ସାକ୍ଷାତ ହୋଇପାରିନଥିଲା। ରାଜ୍ୟପାଳଙ୍କ ପରିବର୍ତ୍ତେ ତାଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସର୍ଟଲିଷ୍ଟ ହୋଇଥିବା ବରିଷ୍ଠ ଶିକ୍ଷାବିତମାନଙ୍କୁ ଏକ ଲିଖିତ ପରୀକ୍ଷା ଦେବା ପାଇଁ କହିଥିଲେ।

ସର୍ଟଲିଷ୍ଟ ହୋଇଥିବା ଜଣେ ପ୍ରାର୍ଥୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ ରାଜ୍ୟପାଳଙ୍କ ସଚିବ ଆସି ପ୍ରତ୍ୟେକଙ୍କୁ ୪ଟି ପ୍ରଶ୍ନ ସହ ଗୋଟିଏ ସାଦା ପେପର ଦେଇଥିଲେ। ୪୫ମିନିଟ୍ ମଧ୍ୟରେ ଉତ୍ତର ଲେଖିବା ପାଇଁ କହିଥିଲେ। ସେହି ସମୟରେ ଉକ୍ତ ରୁମରେ ୩ଜଣ ସରକାରୀ ଅଧିକାରୀ ଥିଲେ। ରାଜଭବନରେ ଏଭଳି ଆଚରଣର ସମ୍ମୁଖୀନ ହୋଇଥିବା ଅନ୍ୟ ଜଣେ ପ୍ରାର୍ଥୀ କହିଥିଲେ ଯେ ଏହା ଏକପ୍ରକାରର ଉପହାସ ଥିଲା। ଲିଖିତ ପରୀକ୍ଷା ଖରାପ ଢ଼ଙ୍ଗରେ ହୋଇଥିଲା। କାଳେ ଆମେମାନେ ପରସ୍ପର ସହ କଥା ହେବୁ, ସେଥିପାଇଁ ଅଧିକାରୀମାନେ ନଜର ରଖୁଥିଲେ। ଅବଶ୍ୟ ସନ୍ଧ୍ୟାରେ ୬ଟି ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ନିମନ୍ତେ ଫଳାଫଳ ପ୍ରକାଶିତ ହୋଇଥିଲା।

ରାଉରକେଲା ଏନଆଇଟିର ପୂର୍ବତନ ନିର୍ଦ୍ଦେଶକ ସୁନୀଲ ଷଡ଼ଙ୍ଗୀ କହିଛନ୍ତି ଯେ, ଏକାଡେମିକର ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କର ସମ୍ମାନ କରାଯିବା ଆବଶ୍ୟକ। କୁଳପତିଙ୍କ ସମ୍ମାନ କୁଳାଧିପତିଙ୍କ ଦ୍ୱାରା କରାଗଲେ, ସେମାନେ ବିଶ୍ୱବିଦ୍ୟାଳୟରେ ନିଜର ସହଯୋଗୀଙ୍କ ସହ ସମ୍ମାନର ସହ ଆଚରଣ କରିବେ। ଆଉ ଶିକ୍ଷକମାନେ ଛାତ୍ରମାନଙ୍କ ସହ ବି ଭଲ ଆଚରଣ କରିବେ। ସେ ଲିଖିତ ପରୀକ୍ଷାକୁ ନେଇ ଆପତ୍ତି ଉଠାଇନଥିଲେ କିନ୍ତୁ କୁଳାଧିପତି ବା ରାଜ୍ୟପାଳ ହିଁ ତାଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା। ଜଣେ ସରକାରୀ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବା ଠିକ୍ ହୋଇନାହିଁ।

ରିପୋର୍ଟ ଅନୁସାରେ ପରୀକ୍ଷାର୍ଥୀ ଯେଉଁ ୪ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା ସେଗୁଡ଼ିକ ହେଲା- (୧)-ବ୍ରହ୍ମାଣ୍ଡ କାହା ଉପରେ ତିଷ୍ଠି ରହିଛି। (୨) ବ୍ରହ୍ମାଣ୍ଡର ନିର୍ମାଣରେ ବିଶ୍ୱବିଦ୍ୟାଳୟର ଭୂମିକା? (୩)- ଆପଣଙ୍କ କାର୍ଯ୍ୟ ଅଭିଜ୍ଞତା, କାମ କରିବାର ଶୈଳୀ ଓ କାମ କରିବାର ଭାବନା? (୪) ଯଦି ଈଶ୍ୱର ଆପଣଙ୍କ ସମ୍ମୁଖରେ ପ୍ରକଟ ହେବେ ଓ ବର ମାଗିବାକୁ କହିବେ ତା’ହେଲେ ଆପଣ କ’ଣ ମାଗିବାକୁ ପସନ୍ଦ କରିବେ?

ସୂଚନାଯୋଗ୍ୟ, ଗତ ସୋମବାର ରାଜ୍ୟର ୬ଟି ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନାମ ଘୋଷଣା ହୋଇଛି।

Related story