କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବୁ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଏହି ପ୍ରତିଶ୍ରୁତି ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ନିରଞ୍ଜନ ଏହା କହିଛନ୍ତି। ସେ କହିଛନ୍ତି-“ଚାଷୀଙ୍କୁ ସୋଲାର ପମ୍ପ ସହ ୫ ବର୍ଷ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ […]

niranjana

Manoranjan Sial
  • Published: Wednesday, 12 December 2018
  • , Updated: 12 December 2018, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଏହି ପ୍ରତିଶ୍ରୁତି ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ନିରଞ୍ଜନ ଏହା କହିଛନ୍ତି।

ସେ କହିଛନ୍ତି-“ଚାଷୀଙ୍କୁ ସୋଲାର ପମ୍ପ ସହ ୫ ବର୍ଷ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ବିଜୟର କାରଣ ହେଲା, ଶୃଙ୍ଖଳିତ ଲଢ଼େଇ। ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢିଲେ କଂଗ୍ରେସକୁ ଫଳ ମିଳିବ।”

ସେ କହିଛନ୍ତି-“ଚାଷୀ, ଯୁବକ, ଆଦିବାସୀ, ଦଳିତ ଓ ମହିଳାଙ୍କ ସମସ୍ୟା ସମାଧାନ କରିବା କଂଗ୍ରେସର ମୁଖ୍ୟ ଆଭିମୁଖ୍ୟ। ଆମର ବିଶ୍ୱାସ ଆଗାମୀ ନିର୍ବାଚନରେ ଚାଷୀ ନିର୍ଣ୍ଣାୟକ ଭୂମିକା ନେବେ। ସେଥିପାଇଁ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛୁ।”

ମହାନଦୀ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି-“ଆମେ ସମସ୍ୟା କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଖରେ ଉପସ୍ଥାପନ କରିବୁ। ସେଥିରୁ ନିଶ୍ଚିତ କିଛି ସଫଳତା ମିଳିବ। ଛତିଶଗଡ଼ରେ ସରକାର ଗଠନ ହେଲେ ଏ ନେଇ ଆଲୋଚନା କରିବୁ। ତା’ପରେ ତାଙ୍କର ଆଭିମୁଖ୍ୟ କ’ଣ ରହିବ, ତାହା ଦେଖିବାକୁ ବାକି ରହିଛି।”

Related story