ରାସ୍ତା କଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରଖିଲେ ମିଳିବ ଟଙ୍କା

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠାରୁ ୧୫ ଦିନ ଯାଏଁ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ନ ମାନିଲେ ଦୋକାନୀ ଫାଇନ ଗଣିବେ। ମାନିଲେ କ୍ଷତିପୂରଣ ଦିଆଯିବ। କ୍ଷତିପୂରଣ ବାବଦକୁ ପ୍ରତି ଦୋକାନୀଙ୍କୁ ମିଳିବ ୨୫୦୦ ଟଙ୍କା। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି। The previous tweet of ‘no salary cut’ for the employees of […]

food

Manoranjan Sial
  • Published: Thursday, 24 September 2020
  • , Updated: 24 September 2020, 10:51 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠାରୁ ୧୫ ଦିନ ଯାଏଁ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ନ ମାନିଲେ ଦୋକାନୀ ଫାଇନ ଗଣିବେ। ମାନିଲେ କ୍ଷତିପୂରଣ ଦିଆଯିବ। କ୍ଷତିପୂରଣ ବାବଦକୁ ପ୍ରତି ଦୋକାନୀଙ୍କୁ ମିଳିବ ୨୫୦୦ ଟଙ୍କା। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି।

https://twitter.com/dm_jharsuguda/status/1309149582794817537?s=20

ଝାରସୁଗୁଡ଼ା ଜିଲ୍ଲାର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧା ୩୯୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯୨୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୯୮୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story