ଥଣ୍ଡା, କାଶ ଲକ୍ଷଣ ଥିଲେ ତୁରନ୍ତ କରୋନା ଟେଷ୍ଟ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ପୁଣି ମୁଣ୍ଡ ଟେକିଛି ମହାମାରୀ କରୋନା। ବିଶେଷ କରି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ଏହାକୁ ନେଇ ଆମକୁ ସଜାଗ ରହିବାକୁ ପଡିବ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ କରୋନା ଟେଷ୍ଟ କରାନ୍ତୁ। ଯଦି ରିପୋର୍ଟ ପଜିଟିଭ […]

Corona

Madhupriya Mistry
  • Published: Saturday, 01 January 2022
  • , Updated: 01 January 2022, 12:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ପୁଣି ମୁଣ୍ଡ ଟେକିଛି ମହାମାରୀ କରୋନା। ବିଶେଷ କରି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ଏହାକୁ ନେଇ ଆମକୁ ସଜାଗ ରହିବାକୁ ପଡିବ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ କରୋନା ଟେଷ୍ଟ କରାନ୍ତୁ। ଯଦି ରିପୋର୍ଟ ପଜିଟିଭ ଆସିବ ତେବେ ଜିନୋମ୍‌ ସିକ୍ୱେନ୍ସିଂ କରାଯିବ। ଆମ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ।  ଖୋର୍ଦ୍ଧା ଜିଲ୍ଲା ମେଡିକାଲ ହବ୍ ହୋଇଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି। ତେବେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ଦେଶ ତୁଳନାରେ ଆମ ରାଜ୍ୟରେ ପଜିଟିଭିଟି ହାର କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଗୋଷ୍ଠି ସଂକ୍ରମଣ ହେଉ ଅବା ନହେଉ କୋଭିଡ଼ ସଂକ୍ରମଣ ରହିଛି। ଭାଇରସ ଅଛି ମାନେ କେସ ଲୋଡ଼ ବଢିବ। ସବୁଠାରୁ ବଡ କଥା ହେଲା ସଂକ୍ରମଣକୁ ରୋକିବା। ଟିକା ହିଁ ସଂକ୍ରମଣ ରୋକିପାରିବ। ଆଜିର ଦିନରେ ସମସ୍ତଙ୍କୁ ଅନୁରାଧ କରୁଛୁ। ସମସ୍ତେ କୋଭିଡ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ସେ ଅନୁରୋଧ କରିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଦିଆଯାଇଛି। କେତେ ପଜିଟିଭିଟି ରେଟରେ, କଣ କରାଯିବ। ତା'ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ମାନିଟରିଂ ଚାଲିଛି। ସ୍ୱାସ୍ଥ୍ୟ ସଚିବ ଏହାକୁ ମାନିଟରିଂ କରୁଛନ୍ତି। ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Related story