କୋଭିଡ୍ ଚିକିତ୍ସା: ମାଗଣାରେ ଓଡ଼ିଶାର ହସ୍ପିଟାଲକୁ ଦୈନିକ ୩୩ ହଜାର ଲିଟର ଅକ୍ସିଜେନ୍ ଦେବ ଇଫକୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ଅଭାବକୁ ଦୂର କରିବା ପାଇଁ ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର୍ସ କୋଅପରେଟିଭ୍ ଲିଃ(ଇଫକୋ) ଦୈନିକ ୩୩ହଜାର ଲିଟରର ଅକ୍ସଜେନ୍ ମାଗଣାରେ ଯୋଗାଇ ଦେବ। ଏହି ଅକ୍ସିଜେନର ଦୈନିକ ମୂଲ୍ୟ ପ୍ରାୟ ୭କୋଟି ଟଙ୍କା ହେବ। ଏଥିପାଇଁ ଇଫକୋ ତା’ର ପାରାଦୀପସ୍ଥିତ କାରଖାନାରେ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ଏଥିରୁ ଅକ୍ସିଜେନ୍ ଉତ୍ପାଦନ ହୋଇ ଓଡ଼ିଶାର ସମସ୍ତ ହସ୍ପିଟାଲକୁ […]

nmb

Ordigital Desk
  • Published: Monday, 19 April 2021
  • , Updated: 19 April 2021, 07:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ଅଭାବକୁ ଦୂର କରିବା ପାଇଁ ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର୍ସ କୋଅପରେଟିଭ୍ ଲିଃ(ଇଫକୋ) ଦୈନିକ ୩୩ହଜାର ଲିଟରର ଅକ୍ସଜେନ୍ ମାଗଣାରେ ଯୋଗାଇ ଦେବ। ଏହି ଅକ୍ସିଜେନର ଦୈନିକ ମୂଲ୍ୟ ପ୍ରାୟ ୭କୋଟି ଟଙ୍କା ହେବ। ଏଥିପାଇଁ ଇଫକୋ ତା’ର ପାରାଦୀପସ୍ଥିତ କାରଖାନାରେ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ଏଥିରୁ ଅକ୍ସିଜେନ୍ ଉତ୍ପାଦନ ହୋଇ ଓଡ଼ିଶାର ସମସ୍ତ ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ୍ ଯୋଗାଇ ଦିଆଯିବ।

ଇଫକୋ ପରିଚାଳନା ନିର୍ଦ୍ଦେଶକ ଡଃ ୟୁଏସ୍ ଅଶ୍ୱସ୍ଥି ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଇଫକୋ ତା’ର ସାର କାରଖାନାଗୁଡ଼ିକରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପଦକ୍ଷେପ ନେଇସାରିଛି। ରାଜ୍ୟରେ କୋଭିଡ୍ ସଂକ୍ରମିତ ଲୋକଙ୍କୁ ଅକ୍ସିଜେନ୍ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି। ଗୁଜୁରାଟର କାଲଲସ୍ଥିତ ନିଜ ସାର କାରଖାନାରେ ଏଭଳି ଏକ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହୋଇସାରିଛି, ଯାହାକି ୨ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟରୁ ଦୈନିକ ପ୍ରାୟ ୭୦୦ଲିଟର ଅକ୍ସିଜେନ୍ ଉତ୍ପାଦନ ହେବ ଏବଂ ପ୍ରତ୍ୟେକ ସିଲିଣ୍ଡରର କ୍ଷମତା ୪୮.୭ଲିଟର, ଯାହାର ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଶୁଦ୍ଧତା ୯୯.୫%। ଏହି ପ୍ଲାଣ୍ଟରେ ଦୈନିକ ୩୩ହଜାର ଲିଟର ଅକ୍ସିଜେନ୍ ଉତ୍ପାଦନ ହେବ ଓ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭କୋଟି ଟଙ୍କା ହେବ।

ଇଫକୋ ଏଭଳି ଧରଣର ପ୍ଲାଣ୍ଟ କେବଳ ପାରାଦୀପସ୍ଥିତ ନିଜସ୍ୱ ସାର କାରଖାନା ପରିସରରେ ନୁହେଁ ବରଂ ଆଓଁଲା  ଓ ଫୁଲପୁରସ୍ଥିତ ସାର କାରଖାନା ପରିସରରେ ମଧ୍ୟ ଏହି ସମାନ କ୍ଷମତାବିଶିଷ୍ଟ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରିବ। କୋଭିଡ୍ ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଅକ୍ସିଜେନ୍ ଉପଲବ୍ଧ କରାଇବା ପାଇଁ ଏସବୁ ଅକ୍ସିଜେନ୍ ମାଗଣାରେ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯିବ। କୋଭିଡ୍ ମହାମାରୀ ସମୟରେ ଏହା ଦେଶବାସୀଙ୍କ ନିମନ୍ତେ ଇଫକୋ ପକ୍ଷରୁ ଏକ ଛୋଟ ଯୋଗଦାନ ବୋଲି ଡଃ ଅଶ୍ୱସ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ କୋଭିଡ୍ ସଂକ୍ରମିତଙ୍କ ନିମନ୍ତେ ମୋଟ ୯୦୦୮ଟି ବେଡ୍ ଥିବାବେଳେ ଏଥିରୁ ୪୬୪୦ଟି ବେଡ୍ ଘରୋଇ ହସ୍ପିଟାଲରେ ଓ ବାକି ୪୩୬୮ଟି ବେଡ୍ ସରକାରୀ ହସ୍ପିଟାଲରେ ଉପଲବ୍ଧ ଅଛି। ଘରୋଇ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ୧୪୯୪ ଓ ସରକାରୀ ହସ୍ପିଟାଲରେ ୫୨୪ ରହିଛି। ସେହିପରି ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସଂଖ୍ୟା ୬୦୩ ଥିବାବେଳେ ସରକାରୀ ହସ୍ପିଟାଲରେ ମାତ୍ର ୧୭୯ଟି ଭେଣ୍ଟିଲେଟର କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story