ପାଠକ ବାପା-ପୁଅକୁ ମିଳିଲାନି ଜାମିନ

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ମିଲିଲାନି କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ଜାମିନ। ଏସଡିଜେଏମ୍‌ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରାଜ କରିଛନ୍ତି । ଭୁବନେଶ୍ବର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି । ସେପଟେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି ସରିଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । କମିଶନରେଟ ପୁଲିସ ଅଭୟକାନ୍ତଙ୍କୁ ୨ […]

abhya pathak

Madhupriya Mistry
  • Published: Thursday, 24 December 2020
  • , Updated: 24 December 2020, 02:26 PM IST

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ମିଲିଲାନି କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ଜାମିନ। ଏସଡିଜେଏମ୍‌ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରାଜ କରିଛନ୍ତି । ଭୁବନେଶ୍ବର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି ।

ସେପଟେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି ସରିଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । କମିଶନରେଟ ପୁଲିସ ଅଭୟକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା । ଏହି ସମୟରେ ସେ ଅନେକ ସତ ଓଗାରିଥିବା ଜଣାପଡିଛି।

ଅୟଭଙ୍କ ଟଙ୍କାରେ ପୁଅ ଆକଶ ପାଠକ ଅୟସ କରୁଥିଲେ । ତାଙ୍କ ଟଙ୍କାରେ ହିଁ ହୋଟଲେ ଓ ଫ୍ଲାଇଟ ବୁକ୍‌ ହୋଇଥିଲା । ସ୍କଏକିଙ୍ଗ ଠକେଇ ମାମଲାରେ ପୁଲିସ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ।

ସେପଟେ ଆକାଶଙ୍କ ନାଁ ଚାକିରି ଦେବା ନାଁରେ ଠକେଇ ମାମଲା ରହିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସେ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ସେ ବି ଗିରଫ ହୋଇଛନ୍ତି। ଚାକିରି ଦେବା ନାଁରେ ସେ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେହିପରି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

Related story