ରାଜ୍ୟସଭା ଲବି ଫେଲ୍ : ହେଭିୱେଟଙ୍କୁ ଅଣଦେଖା, ନୂଆମୁହଁଙ୍କୁ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ୪ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବା ସହ ତଥାକଥିତ ହେଭିୱେଟ୍ ନେତାମାନେ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରନ୍ତି ନାହିଁ। ଏପରିକି ଦଳରେ ପଦପଦବୀ ପାଇଁ ଲବି ଓ ଚାପ ନୁହେଁ ବରଂ ବିଜେଡି ରଣନୀତିକାରଙ୍କ ନିଷ୍ପତ୍ତି ହିଁ କୁ ସର୍ବୋଚ୍ଚ ପ୍ରାଥମିକତା ମିଳେ। ପୁରୁଖା ତଥା ପ୍ରଭାବଶାଳୀ ନେତାମାନଙ୍କ ପରିବର୍ତ୍ତେ ଦଳ ଏବେ ନବାଗତ ତଥା ‘ହଁ ରେ ହଁ ’ ମିଶାଉଥିବା ନେତାଙ୍କୁ ଆଗକୁ […]

political

political

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ୪ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବା ସହ ତଥାକଥିତ ହେଭିୱେଟ୍ ନେତାମାନେ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରନ୍ତି ନାହିଁ। ଏପରିକି ଦଳରେ ପଦପଦବୀ ପାଇଁ ଲବି ଓ ଚାପ ନୁହେଁ ବରଂ ବିଜେଡି ରଣନୀତିକାରଙ୍କ ନିଷ୍ପତ୍ତି ହିଁ କୁ ସର୍ବୋଚ୍ଚ ପ୍ରାଥମିକତା ମିଳେ। ପୁରୁଖା ତଥା ପ୍ରଭାବଶାଳୀ ନେତାମାନଙ୍କ ପରିବର୍ତ୍ତେ ଦଳ ଏବେ ନବାଗତ ତଥା ‘ହଁ ରେ ହଁ ’ ମିଶାଉଥିବା ନେତାଙ୍କୁ ଆଗକୁ ଆଣିବାକୁ ଚାହୁଁଛି। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ବିଜେଡି ଏଭଳି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଅବଶ୍ୟ ଗଣମାଧ୍ୟମରେ ଚର୍ଚ୍ଚାରୁ ଦୂରରେ ଥିବା ରାଜନେତାଙ୍କୁ ନିଜର ପ୍ରାର୍ଥୀ କରି ବିଜେଡି ତଥାକଥିତ ଦଳୀୟ ହେଭିୱେଟ ନେତାମାନଙ୍କର ପତିଆରା ବୃଦ୍ଧିରେ ମଧ୍ୟ ଅଙ୍କୁଶ ଲଗାଇଛି। ଏସବୁ ବ୍ୟତୀତ ରାଜ୍ୟସଭା ନିର୍ବାଚନରେ ମହିଳା ଓ ଓବିସି କାର୍ଡକୁ ଦଳ ବିଶେଷ ଗୁରୁତ୍ୱ ଦେଇନଥିବାବେଳେ ଗତଥର ଭଳି ଏଥର ବି ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେବା ନିଷ୍ପତ୍ତି ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ନେଇ ସାରିଥିଲା। ଦଳର ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକଙ୍କ ମାଧ୍ୟମରେ ବିଜେଡି ମଧ୍ୟ ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ ସଙ୍କେତ ଦେଇସାରିଥିଲା। ତେବେ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ବହୁ ସଂଖ୍ୟକ ନେତା ଓ ଦଳୀୟ ଟିକେଟରୁ ବାଦ୍ ପଡ଼ିଥିବା ଆଶାୟୀ ନେତାମାନେ ଚଳିତ ରାଜ୍ୟସଭା ଆସନ ଉପରେ ଆଖି ପକାଇ ଲବି ଜୋରଦାର କରୁଥିବାବେଳେ ବିଜେଡି ସୁପ୍ରିମୋ ଦଳର ତୃତୀୟ ଧାଡ଼ିରେ ଥିବା ନେତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ମୁନ୍ନା ଖାଁଙ୍କୁ ବାଦ୍ ଦେଲେ ଅନ୍ୟ ୩ଜଣ ପ୍ରାର୍ଥୀଙ୍କର ବିଜେଡି ସହ ସମ୍ପର୍କ ମାତ୍ର ଏକ ଦଶନ୍ଧି ପୁରୁଣା। ବିଜେଡି ଆରମ୍ଭରୁ ମୁନ୍ନା ଖାଁ ଦଳର ସଂଖ୍ୟାଲଘୁ ଚେହେରା ଭାବେ ରହି ଆସିଛନ୍ତି। ବିଜେଡି ନିଜର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ମୁନ୍ନା ଖାଁଙ୍କୁ ପ୍ରାର୍ଥୀ କରିଥିବାବେଳେ ମମତା ମହାନ୍ତଙ୍କ ଭଳି କୁର୍ମି ସମୁଦାୟର ଓବିସି ନେତ୍ରୀଙ୍କୁ ରାଜ୍ୟସଭା ପଠାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନଙ୍କୁ ପ୍ରୋତ୍ସାହିତ ତଥା ମୟୂରଭଞ୍ଜ ଭଳି ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ମମତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଦଳ ପକ୍ଷରୁ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି। ଅବଶ୍ୟ ମମତା ରାଜ୍ୟସଭାକୁ ଯିବା ପରେ ତାଙ୍କ ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନ ସୁଦୃଢ଼ ହେବ ବୋଲି ଆଶା କରିବା କ୍ଷୀଣ। ତଥାପି ରାଜ୍ୟସଭାରେ ଦଳର ମହିଳା ଚେହେରା ଭାବେ ମମତାଙ୍କ ଭଳି ନେତ୍ରୀଙ୍କୁ ଚୟନ କରି କେବଳ ମୁଣ୍ଡଗଣତି ଦେଖାଇବାକୁ ବିଜେଡି ଚାହିଁଛି। ରାଇରଙ୍ଗପୁରର ବୋହୂ ମମତାଙ୍କର ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ମଧ୍ୟ ସେଭଳି ପ୍ରଭାବ ନାହିଁ, ଯେଉଁଥିପାଇଁ ବିଜେଡିକୁ ସେଠାରେ ପରାଜିତ ହେବାକୁ ପଡ଼ିଲା।

ସେହିପରି ୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ବିଦେଶରେ ହାଇପ୍ରୋଫାଇଲ୍ ଚାକିରି ଛାଡ଼ି ବିଜେଡିର ନିର୍ବାଚନୀ ରଣନୀତିକାର ସାଜିଥିବା ଉଚ୍ଚଶିକ୍ଷିତ ଓଡ଼ିଆ ଯୁବକ ସୁଜିତ୍ କୁମାରଙ୍କୁ ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି। ହାଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ କରିଥିବା ସୁଜିତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ୧୧୭ ଆସନରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତ ଏବଂ ବିଭିନ୍ନ ନୂଆ ନୂଆ ସରକାରୀ ଯୋଜନା ପ୍ରସ୍ତୁତ କରାଇ ବିଜେଡିକୁ ଲୋକଙ୍କ ନିକଟତର କରାଇଥିଲେ। ତେଣୁ ଏବେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ଥିବା ସୁଜିତଙ୍କୁ ଦଳ ରାଜ୍ୟସଭାରେ ସଠିକ୍ ଭାବେ ଉପଯୋଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବାମଦଳ ଛାଡ଼ି ବିଜେଡିରେ ମିଶିଥିବା ଟ୍ରେଡ୍ ୟୁନିଅନ ନେତା ସୁବାସ ସିଂ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। କଟକରୁ ଟିକେଟ୍ ଆଶାୟୀ ଥିବା ସୁବାସ ଦଳର ଶ୍ରମିକ ଚେହେରା ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି।ଏହି ସମସ୍ତ ୪ଜଣ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଖାସ୍ କଥା ହେଉଛି ସେମାନେ ଦଳର କୌଣସି ନେତା ଅବା ଗୋଷ୍ଠୀଭୁକ୍ତ ନୁହଁନ୍ତି।

ଅନ୍ୟପକ୍ଷରେ ପରାଜିତ ହୋଇଥିବା ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବି ଜେନା, କଳିକେଶ ସିଂହଦେଓ, ନଳିନୀ ପ୍ରଧାନ, ରବି ନନ୍ଦ, ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ମଙ୍ଗଳା କିଷାନ, ନଗେନ୍ଦ୍ର ପ୍ରଧାନ, ଅନଙ୍ଗ ଉଦୟ ସିଂହଦେଓ, ଦେବାଶୀଷ ନାୟକ, ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ହେଭିୱେଟ୍ ନେତାମାନଙ୍କୁ ବିଜେଡି ସମ୍ପୂର୍ଣ୍ଣ ଅଣଦେଖା କରିବାକୁ ପଛାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story