୧.୮୦ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ବାଲିଗୁଡ଼ା(ଅଜିତ୍ ନାୟକ): ଭିଜିଲାନ୍ସ ଜାଲରେ ଧରାପଡିଲେ କୋଟଗଡ ଥାନା ଆଇଆଇସି ଧିରଜ ଲେଙ୍କା। ଆଜି ସନ୍ଧ୍ୟାରେ ସେ ବିପୁଳ ପରିମାଣର ଟଙ୍କା ନେଇ କୋଟଗଡରୁ ଖଜୁରିପଡ଼ା ଯାଉଥିବା ଖବର ପାଇ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ବାଲିଗୁଡା ସହର ଭିତରେ ଧରିଥିଲା। ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ୧ଲକ୍ଷ ୮୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। କେଉଁଥି ପାଇଁ ସେ ଏତେ ଟଙ୍କା ନେଇ ଯାଉଥିଲେ ଓ ଏହା କେଉଁଠୁ ଆଣିଲେ ବୋଲି […]

iic

  • Published: Sunday, 23 October 2022
  • , Updated: 23 October 2022, 10:17 PM IST

ବାଲିଗୁଡ଼ା(ଅଜିତ୍ ନାୟକ): ଭିଜିଲାନ୍ସ ଜାଲରେ ଧରାପଡିଲେ କୋଟଗଡ ଥାନା ଆଇଆଇସି ଧିରଜ ଲେଙ୍କା। ଆଜି ସନ୍ଧ୍ୟାରେ ସେ ବିପୁଳ ପରିମାଣର ଟଙ୍କା ନେଇ କୋଟଗଡରୁ ଖଜୁରିପଡ଼ା ଯାଉଥିବା ଖବର ପାଇ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ବାଲିଗୁଡା ସହର ଭିତରେ ଧରିଥିଲା।

ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ୧ଲକ୍ଷ ୮୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। କେଉଁଥି ପାଇଁ ସେ ଏତେ ଟଙ୍କା ନେଇ ଯାଉଥିଲେ ଓ ଏହା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ଟିମ ପଚରାଉଚରା କରିଥିଲା। ହେଲେ ପ୍ରମାଣିତ ତଥ୍ୟ ଉପସ୍ଥାପିତ କରିବାରେ ସେ ଫେଲ୍ ମାରିଥିଲେ। ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ କରାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।

ବିଭିନ୍ନ ଉପାୟରେ ଲାଞ୍ଚ ନେଇ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରୁଥିବା ତାଙ୍କ ବିରୋଧରେ କୌଣସି ସୂତ୍ରରୁ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ତେବେ ଏନେଇ ଭିଜିଲାନ୍ସ ଅଧିକାରୀ କିମ୍ବା ସମ୍ପୃକ୍ତ ଆଇଆଇସିଙ୍କ ମତାମତ ମିଳିପାରିନି।

Related story