ସିନ୍ଧେକେଲା ଆଇଆଇସି ସସ୍‌ପେଣ୍ଡ

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ଡିଜିପି ସୁନିଲ ବଂଶଲ ଆଲୋକ ବେହେରାଙ୍କୁ ନିଲମ୍ବନ କରିଥିବା ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ। ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ […]

iic

  • Published: Friday, 09 December 2022
  • , Updated: 09 December 2022, 12:48 PM IST

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ୨୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିବା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ଡିଜିପି ସୁନିଲ ବଂଶଲ ଆଲୋକ ବେହେରାଙ୍କୁ ନିଲମ୍ବନ କରିଥିବା ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ। ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। ତେବେ ଦୁର୍ଭାଗ୍ୟବଶତଃ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଆସିଥିବା ଅଜିତ୍ ପୁଲିସକୁ କହିଥିଲେ। ହେଲେ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ନୀଙ୍କ ନାଁ ଚାର୍ଜସିଟ୍‌ରୁ କାଟିବାକୁ ଆଇଆଇସି ଆଲୋକ କୁମାର ବେହେରା ୫୦ ହଜାର ଟଙ୍କା ଦାବି କରିଥିବା ବେଳେ ଡିଲ୍ ୨୫ ହଜାର ଟଙ୍କାରେ ଛିଡ଼ିଥିଲା।

ଅଜିତ୍  ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଗତ ୪ ତାରିଖରେ ନିଜ ଚାମ୍ବରରେ  ଆଲୋକ ବେହେରାଙ୍କୁ ଅଜିତ୍ ତାଙ୍କ ଚାମ୍ବରରେ ୨୫ ହଜାର ଟଙ୍କା ଦେଇଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଆଲୋକ କୁମାର ବେହେରା ପ୍ରାୟ ବର୍ଷେ ହେବ ଚାକିରିରେ ଯୋଗ ଦେଇଥିଲେ। ।

Related story