ଏଣିକି ରାସ୍ତାଘାଟ ଦେଖିବ ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ପରିବହନ ସଚିବ ଜି. ଶ୍ରୀନିବାସନ ସମୀକ୍ଷା କରିଛନ୍ତି। ସଚିବ କହିଛନ୍ତି ଯେ, ଯାନବାହନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ କରିବ ଥାର୍ଡ ପାର୍ଟି। ୬ ମାସରେ ଅଡିଟ୍ କରି ରିପୋର୍ଟ ଦେବ ଆଇଆଇଟି ଭୁବନେଶ୍ୱର। ଇଞ୍ଜିନିୟରିଂ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ଘଟଣା ପ୍ରବଣ ସ୍ପଟ୍ ଚିହ୍ନଟ କରିବେ। ଦୁର୍ଘଟଣା ପ୍ରବଣ ଚିହ୍ନଟ ହୋଇଥିବା ୫ଟି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ।ରାଜପଥରେ ୧୪୫୨ଟି ବ୍ଲାକ ସ୍ପଟ୍ ଚିହ୍ନଟ […]

IIT-Bhubaneswar-1

Tapas Behera
  • Published: Wednesday, 18 December 2019
  • , Updated: 18 December 2019, 05:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ପରିବହନ ସଚିବ ଜି. ଶ୍ରୀନିବାସନ ସମୀକ୍ଷା କରିଛନ୍ତି। ସଚିବ କହିଛନ୍ତି ଯେ, ଯାନବାହନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ କରିବ ଥାର୍ଡ ପାର୍ଟି। ୬ ମାସରେ ଅଡିଟ୍ କରି ରିପୋର୍ଟ ଦେବ ଆଇଆଇଟି ଭୁବନେଶ୍ୱର। ଇଞ୍ଜିନିୟରିଂ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ଘଟଣା ପ୍ରବଣ ସ୍ପଟ୍ ଚିହ୍ନଟ କରିବେ। ଦୁର୍ଘଟଣା ପ୍ରବଣ ଚିହ୍ନଟ ହୋଇଥିବା ୫ଟି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ।ରାଜପଥରେ ୧୪୫୨ଟି ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷ କେବଳ ଜାନୁଆରୀରୁ ଜୁନ, ୬ ମାସ ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୧୦ ପ୍ରତିଶତ ବଢିଛି। ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ଜନିତ ଗାଡ଼ିଚାଳନା କୁହାଯାଇଛି।

ତଥ୍ୟ ଅନୁଯାୟୀ, ୨୦୧୭ରେ ୧୦ ହଜାର ୮୫୫ଟି ଦୁର୍ଘଟଣା କେସ୍ ଆସିଥିବା ବେଳେ ୨୦୧୮ରେ ସଂଖ୍ୟା ବଢି ୧୧ହଜାର ୨୬୨ରେ ପହଞ୍ଚିଛି। ସେହିପରି ୨୦୧୭ମସିହା ଅପେକ୍ଷା ୨୦୧୮ମସିହାରେ  ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଜଣା ଗାଡ଼ି ଧକ୍କାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର।

Related story