ବାଂଲାଦେଶୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି ଉପକୂଳ ଜିଲ୍ଲା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଓଡ଼ିଶାରେ ଦିନକୁ ଦିନ ବଢୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା। ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବେଆଇନ ଭାବେ କାୟା ବିସ୍ତାର କରୁଛନ୍ତି ଏମାନେ। ଅନେକ ସମୟରେ ରାଜ୍ୟରୁ ବେଆଇନ ବାଂଲାଦେଶୀ ନାଗରିକ ଧରାପଡ଼ିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବାଂଲାଦେଶୀଙ୍କ ଅନୁପ୍ରବେଶର ଏନ୍ତୁଡ଼ିଶାଳ ପାଲଟିଛି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଭଳି ଉପକୂଳ ଜିଲ୍ଲା।

ବାଲେଶ୍ୱର ଜିଲ୍ଲାର ବଳରାମଗଡ଼ି ମାଛଧରା ଜେଟିରୁ ମାଛ ଧରିବା ଲାଗି ପ୍ରତିଦିନ ଯାତାୟତ କରୁଛି ଶହ ଶହ ଟ୍ରଲର। ଅନେକ ସମୟରେ ମତ୍ସଜୀବୀ ବାହାନା ନେଇ ଏହି ବାଟ ଦେଇ ସେମାନେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ବାଂଲାଦେଶୀ ନାଗରିକ ହେଲେ ପ୍ରଶାସନିକ ଧରପଗଡ଼ ପୋଲିସ ଯାଞ୍ଚର ଅଭାବ ଓ ଅନ୍ୟ ସୁରକ୍ଷା ସଂସ୍ଥା ନଜର ଆଢୁଆଳରେ ଏମାନେ ଓଡ଼ିଶାରେ ରହିଯିବା ଲାଗି ପସନ୍ଦ କରୁଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ଏମାନେ ନୂଆ ପରିଚୟ ସୃଷ୍ଟିରେ ବି ସଫଳ ହେଉଥିବା ଅଭିଯୋଗ ହୋଇଛି।

ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା, ବଳରାମଗଡ଼ି ଅଞ୍ଚଳରେ ଗତ କିଛି ବର୍ଷ ଧରି ଶହଶହ ସଂଖ୍ୟାରେ ବାଂଲାଦେଶୀ ନାଗରିକ ବେଆଇନ୍ ଭାବେ ବସବାସ କରୁଛନ୍ତି। ଏହାବ୍ୟତୀତ ତାଳରୁଆ, ତାଳକଷା, କଷାଫଳ, ବାହାବଳପୁର, ଚାନ୍ଦିନୀପାଳ ଅଞ୍ଚଳରେ ବି ବାଲାଂଦେଶୀ ନାଗରିକ ଲୁଚିଛପି ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଉପକୂଳ ବସ୍ତି ଆଉ କିଛି ରେଳ ଲାଇନ କଡ଼ରେ ବସବାସ କରୁଛନ୍ତି।  ସ୍ଥାନୀୟ ଅଞ୍ଚଳରେ ମାଛ, ଶୁଖୁଆ ବିକ୍ରି ଓ ଜାଲବୁଣା ଭଳି କାମ କରି ଜୀବିକା ଅର୍ଜନରେ ସଫଳ ହେଉଥିବାରୁ ଅନେକ ସମୟରେ ଏମାନଙ୍କୁ ଚିହ୍ନିବାରେ ଫେଲ ମାରୁଛି ପୋଲିସ ଓ ପ୍ରଶାସନ।

କେବଳ ବେଆଇନ ଅନୁପ୍ରବେଶ ନୁହେଁ ଥରେ ଓଡ଼ିଶା ଭିତରକୁ ପ୍ରବେଶ ପରେ ଏମାନଙ୍କ ଭିତରେ ଅନେକ ବେଆଇନ କାରବାରରେ ଲିପ୍ତ ରହୁଥିବା ବି ନଜିର ରହିଛି। ତେବେ ଏହି ବେଆଇନ ଅନୁପ୍ରବେଶ ଯେ, କେବେ ଆତଙ୍କବାଦୀଙ୍କ ପାଇଁ ଗଳାବାଟ ନପାଲଟିବ ତାକୁ ବି ଏଡ଼ାଇ ଦିଆଯାଇନପାରେ।

Ordigital Desk
• Published: Sunday, 29 April 2018
• Updated: 29 April 2018, 09:43 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos