ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପରିବା ବୋଝେଇ ଟ୍ରକରେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଓଡ଼ିଶାରୁ ବେଙ୍ଗଲୁରୁ ଚୋରାଚାଲାଣ ହେଉଛି । ଗତ କିଛି ଦିନ ଧରି ବେଙ୍ଗଲୁରୁରେ ଡ୍ରଗ୍ସ ଓ ଗଞ୍ଜେଇ ରାକେଟକୁ ଧରିବାକୁ ଅପରେସନ ଜାରି ରଖିଥିବା ବେଙ୍ଗଲୁରୁ ପୋଲିସ ହାତରେ ଲାଗିଛି ଓଡ଼ିଶା ଲିଙ୍କ୍ ର ସୁରାକ । ଓଡ଼ିଶାରୁ ଗଞ୍ଜେଇ ଆସି ବେଙ୍ଗଲୁରୁ ସହରରେ ବିକ୍ରି ହେଉଛି ବୋଲି କହିଛନ୍ତି ବେଙ୍ଗଲୁରୁ ପୋଲିସ । କମିଶନର ଡ. କମଲ ପନ୍ଥ କହିଛନ୍ତି କର୍ଣ୍ଣାଟକର ଗୁଲବର୍ଗା ସିଟିରୁ ବେଙ୍ଗଲୁରୁ ସହର ଭିତରକୁ ଆସୁଥିବା ସାଢ଼େ ୧୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ପରେ ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଜି ଜବତ ହୋଇଥିବା ୪୬ ବ୍ୟାଗ ଗଞ୍ଜେଇ ଚାଲାଣର ଲିଙ୍କ ଓଡ଼ିଶା ସହ ଥାଇପାରେ । ଏଣୁ ଏ ଦିଗରେ ମଧ୍ୟ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି । ସକାଳେ ଗୋଟିଏ ପରିବା ବୋଝେଇ ଟ୍ରକ ଭିତରୁ ସାଢ଼େ ୧୩ କ୍ୱିଣ୍ଟାଲ ଓଜନର ୪୬ ବସ୍ତା ଗଞ୍ଜେଇ ଜବତ ହୋଇଥିଲା । ଏହାସହ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରାଯିବା ସହ ଶେଷାଦ୍ରିପୁରମ ଥାନାରେ ମାମଲା ରୁଜୁ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।