ମଦ କାରଖାନା ଠାବ, ୪ ଗିରଫ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଦେଶୀ ମଦ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଗାଁ ଲୋକେ ବାରମ୍ୱର ଥାନାରେ ଅଭିଯୋଗ କରୁଥିଲେ। ମାତ୍ର ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବିକାରୀ ବିଭାଗ ଓ ବାଲେଶ୍ଵର ମୋବାଇଲ୍‌ ସ୍କ୍ୱାଡ ଆଜି ଭୋର ୪ ଟା ବେଳେ ଚଢ଼ଉ କରି ୫୦୦୦ ଲିଟର ମହୁଲି […]

Illicit-hooch-den-seized-and-four-arrested-in-raibania-in-baleswar

Manoranjan Sial
  • Published: Wednesday, 27 February 2019
  • , Updated: 27 February 2019, 05:49 PM IST

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗାଁରେ ଦୀର୍ଘ ଦିନ ଧରି ବେଆଇନ ଦେଶୀ ମଦ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଗାଁ ଲୋକେ ବାରମ୍ୱର ଥାନାରେ ଅଭିଯୋଗ କରୁଥିଲେ। ମାତ୍ର ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବିକାରୀ ବିଭାଗ ଓ ବାଲେଶ୍ଵର ମୋବାଇଲ୍‌ ସ୍କ୍ୱାଡ ଆଜି ଭୋର ୪ ଟା ବେଳେ ଚଢ଼ଉ କରି ୫୦୦୦ ଲିଟର ମହୁଲି ପୋଚ ଓ ରନ୍ଧା ସାମଗ୍ରୀ ଜବତ କରିଥିଲା।

ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହି କାରବାର ଅଭିଯୋଗରେ କେନ୍ଦୁଖୁଣ୍ଟା ଗାଁର ମୋହନ ମହାନ୍ତ, ପ୍ରଫୁଲ୍ଲ ଜେନା, ଦିଲ୍ଲୀପ ଡାକୁଆ ଓ ଚୈତନ୍ୟ ସିଂଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।

Related story