ଡେଲ୍‌ଟା ପ୍ଲସ୍‌ ପାଇଁ ଭୟଭୀତ ନହେବାକୁ ଅପିଲ୍‌ କଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ତେବେ ଏହାକୁ ନେଇ ଭୟଭୀତ ନହେବାକୁ ଅପିଲ୍‌ କରିଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା। ILS ନିର୍ଦ୍ଦେଶକ କହିଛନ୍ତି, ମେ ୨ୟ ସପ୍ତାହରେ ଜିନମ୍‌ ସିକୁଏନ୍ସିଂ କରାଯାଇଥିଲା। ଜିନମ୍‌ ସିକୁଏନ୍ସିଂ ପରେ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ ହୋଇଥିଲା। ଏହାପରେ ୬ ଶହ ଜିନମ୍‌ ସିକୁଏନ୍ସିଂ କରାଯାଇଛି। କିନ୍ତୁ ଗୋଟିଏ ବି ଡେଲଟା ପ୍ଲସ ଭେରିଆଣ୍ଟ […]

delta-plus

Manoranjan Sial
  • Published: Friday, 25 June 2021
  • , Updated: 25 June 2021, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ତେବେ ଏହାକୁ ନେଇ ଭୟଭୀତ ନହେବାକୁ ଅପିଲ୍‌ କରିଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା।

ILS ନିର୍ଦ୍ଦେଶକ କହିଛନ୍ତି, ମେ ୨ୟ ସପ୍ତାହରେ ଜିନମ୍‌ ସିକୁଏନ୍ସିଂ କରାଯାଇଥିଲା। ଜିନମ୍‌ ସିକୁଏନ୍ସିଂ ପରେ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ ହୋଇଥିଲା। ଏହାପରେ ୬ ଶହ ଜିନମ୍‌ ସିକୁଏନ୍ସିଂ କରାଯାଇଛି। କିନ୍ତୁ ଗୋଟିଏ ବି ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇନି। ତେଣୁ ରାଜ୍ୟବାସୀ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ILS ନିର୍ଦ୍ଦେଶକ।

ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍‌ ରୋଗୀ ହେଉଛନ୍ତି ଦେବଗଡ଼ ଜିଲ୍ଲାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏହା ପରେ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଏହି ଡେଲଟା ପ୍ଲସ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ କରାଯିବ। ଡେଲ୍‌ଟା ପ୍ଲସ ନୂଆ ଭେରିଏଣ୍ଟ, ତେଣୁ ସାବଧାନ ରହିବାକୁ ପଡ଼ିବ। ଆଲ୍‌ଫା, ବିଟା ଓ ଗାମା ଭଳି ଡେଲ୍‌ଟା ପ୍ଲସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ଟିକା ନେବା ଫଳପ୍ରଦ ହେବ। କୋଭିଡ୍ ନିୟମ ମାନିଲେ ସଂକ୍ରମଣ କମିବ ବୋଲି ସେ କହିଛନ୍ତି।

Related story