୧୧ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ। ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ସମ୍ବଲପୁର, ବୌଦ୍ଧ,କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ। ଅପରାହ୍ନ ୫ଟା ୩୦ ଯାଏ ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।

rain

Tapaswini Nayak
  • Published: Tuesday, 28 May 2019
  • , Updated: 28 May 2019, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ। ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ସମ୍ବଲପୁର, ବୌଦ୍ଧ,କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ। ଅପରାହ୍ନ ୫ଟା ୩୦ ଯାଏ ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।

Related story