ସପ୍ତମ ଦିନରେ ଇମ୍ଫା ଆନ୍ଦୋଳନ

Ordigital Desk
  • Published: Sunday, 29 April 2018
  • , Updated: 29 April 2018, 07:55 PM IST
<p>ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାର ଥେରୁବାଲିରେ ଥିବା ଇମ୍ଫା କମ୍ପାନୀ ଅାଗରେ ଜାରି ରହିଥିବା ଅାନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଅାନ୍ଦୋଳନ ଚଳାଇଥିବା ନିର୍ଦ୍ଦିଷ୍ଟ ଗୋଷ୍ଠୀ, କାରଖାନାର ମୁଖ୍ୟ ଫାଟକରେ ତାଲା ବନ୍ଦ କରିଥିବାରୁ ଅଚଳାବସ୍ଥା ଲାଗି ରହିଛିା ସପ୍ତାହେ ହେଲାଣି କାରଖାନା ପରିସରରେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି କର୍ମଚାରୀ।</p> <p>ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଇମ୍ଫା ପରିସରରେ ଅାଲୋଚନା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ଉତ୍ତର ମିଳିନାହିଁ।</p> <p>ଅନ୍ୟପକ୍ଷରେ &nbsp;ଅାନ୍ଦୋଳନ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଉଭୟ ପକ୍ଷଙ୍କ ମଧ୍ୟରେ ଅାଲୋଚନା କରାଇ ସମାଧାନର ବାଟ ବାହାର କରିବାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଛନ୍ତି। ଶିଳ୍ପପତି ତପନ ମହାନ୍ତି ମଧ୍ୟ କହିଛନ୍ତି ଯେ, &ldquo;ଅାଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ କୌଣସି କମ୍ପାନୀକୁ ସହଯୋଗ କରିବା ସରକାରଙ୍କ ଦାୟିତ୍ୱ।&rdquo;</p>

Related story