‘ଜଳୀୟ ବାଷ୍ପ ପରିମାଣ ଅଧିକ ଯୋଗୁ ହେଉଛି କୁହୁଡ଼ି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହିଥିବାରୁ କୁହୁଡ଼ି ଅଧିକ ହେଉଛି। ଆଜି ସକାଳେ ଭୁବନେଶ୍ୱରର ଏୟାର ପୋର୍ଟ ଓ ପଡ଼ିଆ ଅଞ୍ଚଳ,  ପୁରୀ ଓ ପାରାଦୀପରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,“ ବାରିପଦା, ସୁନ୍ଦରଗଡ଼, ଫୁଲବାଣୀ ଓ ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହୋଇଥିଲା। ସାଧାରଣତଃ ଡିସେମ୍ୱର ଦ୍ୱିତୀୟ […]

fog

Jyoshna Pradhan
  • Published: Saturday, 30 November 2019
  • , Updated: 30 November 2019, 02:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହିଥିବାରୁ କୁହୁଡ଼ି ଅଧିକ ହେଉଛି। ଆଜି ସକାଳେ ଭୁବନେଶ୍ୱରର ଏୟାର ପୋର୍ଟ ଓ ପଡ଼ିଆ ଅଞ୍ଚଳ,  ପୁରୀ ଓ ପାରାଦୀପରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି,“ ବାରିପଦା, ସୁନ୍ଦରଗଡ଼, ଫୁଲବାଣୀ ଓ ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହୋଇଥିଲା। ସାଧାରଣତଃ ଡିସେମ୍ୱର ଦ୍ୱିତୀୟ ସପ୍ତାହରୁ ଜାନୁଆରୀ ୧୫ ଯାଏ ଅଧିକ ଶୀତ ଅନୁଭୂତ ହୋଇଥାଏ। ତେବେ ଗତବର୍ଷ ଭଳି ଚଳିତ ବର୍ଷ ଏତେ ଶୀତ ଅନୁଭୂତ ହୋଇ ନାହିଁ।”

ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ୱର ସକାଳୁ ସକାଳୁ କୁହୁଡ଼ି ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା।  ସେହିପରି ପୁରୀରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।  କୁହୁଡ଼ି ଯୋଗୁ ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ସ୍ପଷ୍ଟଭାବେ ଦେଖାଯାଉ ନଥିଲା।

 

Related story