ବଜ୍ରପାତରେ ଭୁଶୁଡ଼ିଲା ୧୨୫ ବର୍ଷ ପୁରୁଣା ବିଶାଳ ଚର୍ଚ୍ଚ

କୋରାପୁଟ(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଭୁଶୁଡ଼ି ପଡ଼ିଛି କୋରାପୁରର ସର୍ବପୁରାତନ ତଥା ୧୨୫ ବର୍ଷ ପୁରୁଣା ବିଶାଳ ଚର୍ଚ୍ଚ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ସମସ୍ତଙ୍କ ସାମ୍ନାକୁ ଆସିଛି। ତେବେ ଏହି ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ଖବର ବ୍ୟାପୀ ଯିବାରୁ ସ୍ଥିତି ଦେଖିବାକୁ ଏଠାରେ ପ୍ରବଳ ଭିଡ଼ ଲାଗିଛି। ସେପଟେ ବଜ୍ରପାତରେ ଚର୍ଚ୍ଚ ଭାଙ୍ଗି ଯିବା ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏଠାକାର ଖ୍ରୀଷ୍ଟିଆନ […]

charch

  • Published: Sunday, 02 October 2022
  • , Updated: 02 October 2022, 05:13 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଭୁଶୁଡ଼ି ପଡ଼ିଛି କୋରାପୁରର ସର୍ବପୁରାତନ ତଥା ୧୨୫ ବର୍ଷ ପୁରୁଣା ବିଶାଳ ଚର୍ଚ୍ଚ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ସମସ୍ତଙ୍କ ସାମ୍ନାକୁ ଆସିଛି। ତେବେ ଏହି ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ଖବର ବ୍ୟାପୀ ଯିବାରୁ ସ୍ଥିତି ଦେଖିବାକୁ ଏଠାରେ ପ୍ରବଳ ଭିଡ଼ ଲାଗିଛି।

ସେପଟେ ବଜ୍ରପାତରେ ଚର୍ଚ୍ଚ ଭାଙ୍ଗି ଯିବା ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏଠାକାର ଖ୍ରୀଷ୍ଟିଆନ ସମୁଦାୟ। ଏନେଇ ସମୁଦାୟ ପକ୍ଷରୁ ଜିଲ୍ଲ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ଚର୍ଚ୍ଚ ମରାମତି ବ୍ୟବସ୍ଥା କରିବାକୁ ନିବେଦନ ହୋଇଛି। ଏହି ଚର୍ଚ୍ଚରେ ପ୍ରତି ରବିବାର ବିଶାଳ ପ୍ରାର୍ଥନ ସଭା ଅନୁଷ୍ଠିତ ହୋଇଥାଏ। ହେଲେ ଶନିବାର ରାତିରେ ଅଘଟଣ ଘଟିଥିବାରୁ ଖ୍ରୀଷ୍ଟିଆନ ସମୁଦାୟର ଲୋକେ ପ୍ରାର୍ଥନା କରିବାକୁ ହିନସ୍ତା ହୋଇଛନ୍ତି।

ସୂଚନା ମୁତାବକ, କୋରାପୁଟରେ ଦୀର୍ଘ ଦିନ ଧରି କୋହଲା ପାଗ ସାଙ୍ଗକୁ ବର୍ଷା ଓ ବଜ୍ରପାତ ହେଉଛି। ବଜ୍ରପାତରେ ଅନେକ ଧନ ଜୀବନ ନଷ୍ଟ ହୋଇଛି ।ଗତକାଲି ରାତିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଚର୍ଚ୍ଚ କ୍ଷତିଗ୍ରସ୍ତ ହୋଇଥିବା ଦେଖି ଆଗକୁ କିଛି ବଡ଼ କ୍ଷୟକ୍ଷତି ଘଟିବା ଶଙ୍କା ପ୍ରକାଶ ପାଇଛି।

ଏନେଇ ଚର୍ଚ୍ଚ ସାମୁଖ୍ୟର ଜଣେ କର୍ମକର୍ତ୍ତା କହିଛନ୍ତି, ଏହା ଅବିଭକ୍ତ କୋରାପୁଟର ସର୍ବ ପୁରାତନ ଚର୍ଚ୍ଚ। ୧୯୦୬ ମସିହାରେ ନିର୍ମିତ ହୋଇଥିଲା। ବଜ୍ରପାତରେ ଚର୍ଚ୍ଚର ଛାତ ଭାଙ୍ଗି ଯାଇଛି  ଓ କାନ୍ଥ ଆଂଶିକ ଭୁଶୁଡି ପଡିଛି। ପ୍ରାର୍ଥନା ଗୃହ ସର୍ବାଧିକ କ୍ଷତିଗ୍ରସ୍ଥ ହୋଇଛି।

Related story