ଓଡ଼ିଶାରେ ସାଢ଼େ ୩ବର୍ଷରେ ୨୮୨ ହାତୀ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ହାତୀ କରିଡ଼ର ନିର୍ମାଣ ହୋଇଥିବା ସତ୍ତ୍ୱେ ଖାମଖିଆଲି ନୀତି ଯୋଗୁ ରାଜ୍ୟରେ ସାଢ଼େ ୩ବର୍ଷରେ ୨୮୨ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ଅବଧି ମଧ୍ୟରେ ୨ଟି ମହାବଳ ବାଘ ଓ ୧୫ଟି ଚିତା ବାଘଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବିଧାନସଭାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୮-୧୯ ମସିହାରେ ୯୩ଟି, […]

elephant

Ordigital Desk
  • Published: Tuesday, 07 September 2021
  • , Updated: 07 September 2021, 10:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ହାତୀ କରିଡ଼ର ନିର୍ମାଣ ହୋଇଥିବା ସତ୍ତ୍ୱେ ଖାମଖିଆଲି ନୀତି ଯୋଗୁ ରାଜ୍ୟରେ ସାଢ଼େ ୩ବର୍ଷରେ ୨୮୨ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ଅବଧି ମଧ୍ୟରେ ୨ଟି ମହାବଳ ବାଘ ଓ ୧୫ଟି ଚିତା ବାଘଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ବିଧାନସଭାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୮-୧୯ ମସିହାରେ ୯୩ଟି, ୨୦୧୯-୨୦ରେ ୮୨ଟି, ୨୦୨୦-୨୧ରେ ୭୭ଟି ଓ ୨୦୨୧-୨୨ ଆର୍ଥିକ ବର୍ଷର ଅଗଷ୍ଟ ୩୧ତାରିଖ ସୁଦ୍ଧା ୩୦ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ମୋଟ ହାତୀଙ୍କ ମଧ୍ୟରୁ ୭ଟି ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିବାବେଳେ ୪୩ଟି ହାତୀ ବିଦ୍ୟୁତ ଆଘାତରେ, ୧୩ଟି ଟ୍ରେନ ଦୁର୍ଘଟଣାରେ ଓ ୪ଟି ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୫୯ଟି ହାତୀ ଅନ୍ୟାନ୍ୟ ଦୁର୍ଘଟଣାରେ ଓ ୧୮ଟି ହାତୀଙ୍କର ଆନ୍ଥାକ୍ସରେ  ମୃତ୍ୟୁ ଘଟିଛି। ୩୪ଟି ହାତୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ ୨୧ଟି ହାତୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିଛି।

ସେହିପରି ୨୦୧୮-୧୯ରେ ୨ଟି ମହାବଳ ବାଘ ଓ ୪ଟି ଚିତାବାଘ ପ୍ରାଣ ହରାଇଥିବାବେଳେ ୨୦୧୯-୨୦ରେ ୩ଟି ଚିତାବାଘ, ୨୦୨୦-୨୧ରେ ୬ଟି ଚିତାବାଘ ପ୍ରାଣ ହରାଇଛନ୍ତି । ୨୦୨୧-୨୨ ଅଗଷ୍ଟ ମାସ ସୁଦ୍ଧା କୌଣସି ମହାବଳ ବାଘ କିମ୍ବା ଚିତାବାଘ ପ୍ରାଣ ହରାଇନଥିବା ମନ୍ତ୍ରୀ କହିଛନ୍ତି । ତେବେ ଏହି ଚିତାବାଘ ମଧ୍ୟରୁ ୫ଟି ଶିକାରୀଙ୍କ ଦ୍ୱାରା,ଗୋଟିଏ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୪ଟି ବିଭିନ୍ନ ରୋଗରେ ମୃତ୍ୟୁ ହୋଇଛି । ୨ଟି ଚିତାବାଘର ମୃତ୍ୟୁ ସ୍ୱାଭାବିକ ଥିବାବେଳେ ୩ଟି ଚିତାବାଘ ମୃତ୍ୟୁର କାରଣ ଜଣାପଡ଼ିନି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ।

Related story