୨୪ ଘଣ୍ଟାରେ ୪ ଡିଗ୍ରୀ ବୃଦ୍ଧି ଆଶଙ୍କା, ୨୧ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା କରିଛି ପାଣିପାଗ ବିଭାଗ। ସେଥିପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ଏହିସବୁ ଜିଲ୍ଲାବାସୀଙ୍କୁ […]

HeatWave

Jitendra Garnayak
  • Published: Wednesday, 31 March 2021
  • , Updated: 31 March 2021, 04:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା କରିଛି ପାଣିପାଗ ବିଭାଗ। ସେଥିପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର।

ଏହିସବୁ ଜିଲ୍ଲାବାସୀଙ୍କୁ ୨ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ତାଳଚେରରେ ତାପମାତ୍ର ୪୨.୭ ଡିଗ୍ରୀ ରହିଥିଲା ବେଳେ ବୌଦ୍ଧରେ ୪୨.୫, ବଲାଙ୍ଗିରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, ଟିଟିଲାଗଡ଼ରେ ୪୨, ଅନୁଗୋଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡ଼ରେ ୪୧.୭, ବାଲେଶ୍ୱରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Related story