ମହିଳା ଦିବସରେ ଭାଇବୋହୂକୁ ହାଣିଲା ଦେଢ଼ଶୂର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ବିଶ୍ୱ ପାଳୁଛି ବିଶ୍ୱ ମହିଳା ଦିବସ। ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ନେଇ ଚାଲିଛି ଭାଷଣବାଜି। ଏହାରି ଭିତରେ ଆଜି ରେସମ ସହର ବ୍ରହ୍ମପୁରରେ ଗଡିଛି ଜଣେ ମହିଳାଙ୍କ ମୁଣ୍ଡ। ମହିଳାଙ୍କୁ ତାଙ୍କ ଦେଢ଼ଶୂର କାତିରେ ହାଣି ହତ୍ୟା କରିଥିବା ଅଭିଯୋଗ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗାଁର ସୁଷମା ବିଷୋୟୀ। ବହୁଦିନ ତଳେ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସୁଷମାଙ୍କ ଉପରେ ବଢ଼ିଥିଲା ନିର୍ଯାତନା। ଜମି ବାଡିକୁ ନେଇ […]

ganjam murder

Manoranjan Sial
  • Published: Monday, 08 March 2021
  • , Updated: 08 March 2021, 04:39 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ବିଶ୍ୱ ପାଳୁଛି ବିଶ୍ୱ ମହିଳା ଦିବସ। ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ନେଇ ଚାଲିଛି ଭାଷଣବାଜି। ଏହାରି ଭିତରେ ଆଜି ରେସମ ସହର ବ୍ରହ୍ମପୁରରେ ଗଡିଛି ଜଣେ ମହିଳାଙ୍କ ମୁଣ୍ଡ। ମହିଳାଙ୍କୁ ତାଙ୍କ ଦେଢ଼ଶୂର କାତିରେ ହାଣି ହତ୍ୟା କରିଥିବା ଅଭିଯୋଗ।

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗାଁର ସୁଷମା ବିଷୋୟୀ। ବହୁଦିନ ତଳେ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସୁଷମାଙ୍କ ଉପରେ ବଢ଼ିଥିଲା ନିର୍ଯାତନା। ଜମି ବାଡିକୁ ନେଇ ତାଙ୍କୁ ତାଙ୍କ ଦେଢ଼ଶୁର ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା। ସୋମବାର ଏହା ଉଗ୍ର ରୂପ ଧାରଣ କରିଥିଲା।

ସୁଷମା ବିଷୋୟୀ ସୋମବାର ବିଲକୁ ମୁଗ ତୋଳିବାକୁ ଯାଉଥିଲେ। ମଧ୍ୟାହ୍ନରେ ସେ ବିଲରୁ ଘରକୁ ଫେରୁଥିବା ବେଳେ ତାଙ୍କ ଦେଢ଼ଶୁର ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପରେ ସୁଷମାର ବେକକୁ ଏକ କାତିରେ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ସୁଷମାଙ୍କ ମୃତ୍ୟୁ ଘଟିଛି।

ସୁଷମାଙ୍କୁ ହତ୍ୟା କରିବା ପରେ ଦେଢ଼ଶୁର ଫେରାର ହୋଇଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଓ କାତିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story