୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର। ୩୦ ଦିନ ବଦଳରେ ୧୫ ଦିନରେ ମିଳିବ ST, SC, SEBC ଓ OBC ପ୍ରମାଣପତ୍ର। ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ। ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ। ଫଳରେ […]

income certificate

Manoranjan Sial
  • Published: Tuesday, 06 April 2021
  • , Updated: 06 April 2021, 03:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର। ୩୦ ଦିନ ବଦଳରେ ୧୫ ଦିନରେ ମିଳିବ ST, SC, SEBC ଓ OBC ପ୍ରମାଣପତ୍ର। ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ। ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ। ଫଳରେ ବିଭିନ୍ନ କାମ ପାଇଁ ଏକାଧିକ ଥର ଆବେଦନ କରିବାକୁ ପଡ଼ିବନି ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ ଉଲ୍ଲେଖ ରହିଛି।

ବାସସ୍ଥାନ, ଆୟ, ST, SC, SEBC, OBC ଆଦି ପ୍ରମାଣପତ୍ର ପାଇବାରେ ଅନେକ ସମୟରେ ସମସ୍ୟା ଦେଖା ଦେଉଥିଲା। ଆବେଦନକାରୀଙ୍କୁ ବାରମ୍ୱାର ଅଫିସ୍‌ ଧାଇଁବାକୁ ପଡ଼ୁଥିଲା। ଯେଉଁଥିପାଇଁ ମଧ୍ୟସ୍ତିଙ୍କ ସାହାଯ୍ୟ ନେଉଥିଲେ ଆବେଦନକାରୀ। ଏବେ କିନ୍ତୁ ଏପରି ସମସ୍ୟା ଦେଖାଦେବ ନାହିଁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ପରିବର୍ତ୍ତନ କରିଛନ୍ତି। ଯାହାଫଳରେ ନିର୍ଧାରିତ ସମୟରେ ପ୍ରମାଣପତ୍ର ମିଳିବା ସହିତ ଆଉ ମଧ୍ୟସ୍ତିଙ୍କ ସାହାଯ୍ୟ ନେବାକୁ ପଡ଼ିବନାହିଁ ବୋଲି ଅନୁମାନ କରାଯାଉଛି। ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ିବ ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ଗାଇଡ୍‌ଲାଇନ୍‌ କେତେଦୂର ଫଳପ୍ରଦ ହେଉଛି।

Related story