ସ୍ୱାଧୀନତା ଦିବସକୁ ବିରୋଧ କରି ବ୍ୟାନର ମାରିଲେ ମାଓବାଦୀ

ମାଲକାନଗିରି: ସ୍ୱାଧୀନତା ଦିବସକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ଏମଭି- ୯୦ ଫାର୍ମ ହାଉସ ଓ ମାରିଗାଟା ସ୍କୁଲରେ ମାଓବାଦୀମାନେ ବ୍ୟାନର ଓ ପତାକା ଲଗାଇଛନ୍ତି। ମାଓ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସୁରକ୍ଷାରେ ଏଓଜି, ଡିଭିଏଫ ଓ ବିଏସଏଫ୍‌ ଯବାନମାନେ ନିୟୋଜିତ ହୋଇଛନ୍ତିା ଅନ୍ୟପକ୍ଷରେ ମାଲକାନଗିରି ସଦର ମହକୁମାର ଡି.ଏନ.କେ ଖେଳ ପଡ଼ିଆରେ ୭୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଲାଲ ବିହାରି ହିମିରିକା ମୁଖ୍ୟଅତିଥି […]

malkangiri

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 12:47 PM IST

ମାଲକାନଗିରି: ସ୍ୱାଧୀନତା ଦିବସକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ଏମଭି- ୯୦ ଫାର୍ମ ହାଉସ ଓ ମାରିଗାଟା ସ୍କୁଲରେ ମାଓବାଦୀମାନେ ବ୍ୟାନର ଓ ପତାକା ଲଗାଇଛନ୍ତି।

ମାଓ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସୁରକ୍ଷାରେ ଏଓଜି, ଡିଭିଏଫ ଓ ବିଏସଏଫ୍‌ ଯବାନମାନେ ନିୟୋଜିତ ହୋଇଛନ୍ତିା

ଅନ୍ୟପକ୍ଷରେ ମାଲକାନଗିରି ସଦର ମହକୁମାର ଡି.ଏନ.କେ ଖେଳ ପଡ଼ିଆରେ ୭୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଲାଲ ବିହାରି ହିମିରିକା ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା  ଉତ୍ତୋଳନ କରିଛନ୍ତି।

Related story