କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ଫୁଲବାଣୀ(ତ୍ରୀନାଥ ସାହୁ ): କରୋନା ପରି ମହାମାରୀ ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ରଖିଥିବା ବେଳେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ନିରାଡମ୍ବର ଭାବେ କରୋନା କଟକଣା ସହ ସମଗ୍ର ରାଜ୍ୟରେ ସ୍ୱାଧୀନତା ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏହି କଟକଣାକୁ ବଳବତ୍ତର ରଖାଯାଇଛି। ଚଳିତ ଶନିବାରଠୁ ଜିଲ୍ଲାରେ ଅଗଷ୍ଟ ମାସର ପ୍ରଥମ ସପ୍ତାହାନ୍ତ […]

indian-independence-640x514

indian-independence-640x514

Niharika Rout
  • Published: Friday, 14 August 2020
  • Updated: 14 August 2020, 10:29 AM IST

Sports

Latest News

ଫୁଲବାଣୀ(ତ୍ରୀନାଥ ସାହୁ ): କରୋନା ପରି ମହାମାରୀ ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ରଖିଥିବା ବେଳେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ନିରାଡମ୍ବର ଭାବେ କରୋନା କଟକଣା ସହ ସମଗ୍ର ରାଜ୍ୟରେ ସ୍ୱାଧୀନତା ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏହି କଟକଣାକୁ ବଳବତ୍ତର ରଖାଯାଇଛି।

ଚଳିତ ଶନିବାରଠୁ ଜିଲ୍ଲାରେ ଅଗଷ୍ଟ ମାସର ପ୍ରଥମ ସପ୍ତାହାନ୍ତ ଶଟଡାଉନ୍‌ କଟକଣା ଲାଗୁ କରାଯାଇଛି। ମାତ୍ର  ଶନିବାର ସ୍ୱାଧୀନତା ଦିବସ ପଡ଼ୁଥିବାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏଥିରେ ସାମାନ୍ୟ କୋହଳ କରାଯାଉଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ।

ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ  ମାତ୍ର ୧୦ ଜଣ ଲୋକଙ୍କ ମଧ୍ୟରେ ସ୍ୱାଧିନତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସାମାଜିତ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୧ ହୋଇଥିବା ବେଳେ ୭୬୯ ଜଣ ସୁସ୍ଥ ହୋଇ ସାରିଲେଣି। ୩୬୬ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଜିଲ୍ଲାରେ ୬ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।

ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ପରିଣତ କରାଯାଇଥିଲା। ମାତ୍ର ଏହି କଟକଣା ଉଠିବା ପରେ ଚଳିତ ସପ୍ତାହର ଶନିବାର ଓ ରବିବାରକୁ  କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ କଟକଣା ଘୋଷଣା କରାଯାଇଛି । ଅଗଷ୍ଟ ମାସ ଶେଷ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos