ନ୍ୟୁ ଷ୍ଟିୱାର୍ଟ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କଟକ (ଓଡ଼ିଶା ରିପୋର୍ଟର): କଟକ ମିଶନ ରୋଡ଼ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ୭୨ତମ ସ୍ୱଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲରେ ଅଧ୍ୟକ୍ଷା ଏମ୍.ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶେଷ ସଭାରେ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ରିଡର ଡ. ଅରୂପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସଂଯୋଜିକା ସୁମିତ୍ରା ପଣ୍ଡା, କ୍ରୀଡ଼ା ଶି‍କ୍ଷକ ଅମୂଲ୍ୟ ବେହେରା ଓ ସାମୁଏଲ୍ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। […]

ଉଓ

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 10:05 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ମିଶନ ରୋଡ଼ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ୭୨ତମ ସ୍ୱଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲରେ ଅଧ୍ୟକ୍ଷା ଏମ୍.ତୃପ୍ତିରାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶେଷ ସଭାରେ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ରିଡର ଡ. ଅରୂପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ବିଦ୍ୟାଳୟର ସଂଯୋଜିକା ସୁମିତ୍ରା ପଣ୍ଡା, କ୍ରୀଡ଼ା ଶି‍କ୍ଷକ ଅମୂଲ୍ୟ ବେହେରା ଓ ସାମୁଏଲ୍ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ରୋଜାଲିନ ନାୟକ ଓ ସାଗରିକା ବନସର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ମିତ୍ରାବିନ୍ଦା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Related story