କେନ୍ଦ୍ରାପଡ଼ାବାସୀଙ୍କୁ ରେଲୱେର ଅନୁରୋଧ: ଟ୍ରାଏଲ ରନ୍‌ରେ ବାଧାଦିଅନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ପରୀକ୍ଷାମୂଳକ ଟ୍ରେନ୍ ଚଳାଚଳ ପ୍ରସଙ୍ଗ। ଟ୍ରାଏଲ୍ ରନ୍‌ରେ ବାଧା ନ ଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲେଓ୍ୱ। ନିୟମିତ ଟ୍ରେନ୍ ଚଳାଚଳ ପାଇଁ ମାଲବାହୀ ଟ୍ରେନ୍ର ଟ୍ରାଏଲ୍ ଆବଶ୍ୟକ ରହିଛି। ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଅତ୍ୟାବଶ୍ୟକ ନିରାପତ୍ତା କାର୍ଯ୍ୟ ଜରୁରୀ। ସୁରୁଖୁରୁରେ ଟ୍ରେନ୍ ଚଳାଚଳ ପାଇଁ ବାଧା ସୃଷ୍ଟି ନ କରିବାକୁ ନିବେଦନ କଲା ରେଲୱେ। ମାଲବାହୀ ଟ୍ରେନ ଚଳଚାଳରେ ବାଧା ସୃଷ୍ଟି କଲେ ଯାତ୍ରୀବାହୀ ବିଳମ୍ବ ହେବ। ଯାତ୍ରୀବାହୀ […]

train-accident.jpg1

Tapas Behera
  • Published: Saturday, 01 August 2020
  • , Updated: 01 August 2020, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ପରୀକ୍ଷାମୂଳକ ଟ୍ରେନ୍ ଚଳାଚଳ ପ୍ରସଙ୍ଗ। ଟ୍ରାଏଲ୍ ରନ୍‌ରେ ବାଧା ନ ଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲେଓ୍ୱ। ନିୟମିତ ଟ୍ରେନ୍ ଚଳାଚଳ ପାଇଁ ମାଲବାହୀ ଟ୍ରେନ୍ର ଟ୍ରାଏଲ୍ ଆବଶ୍ୟକ ରହିଛି।

ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଅତ୍ୟାବଶ୍ୟକ ନିରାପତ୍ତା କାର୍ଯ୍ୟ ଜରୁରୀ। ସୁରୁଖୁରୁରେ ଟ୍ରେନ୍ ଚଳାଚଳ ପାଇଁ ବାଧା ସୃଷ୍ଟି ନ କରିବାକୁ ନିବେଦନ କଲା ରେଲୱେ। ମାଲବାହୀ ଟ୍ରେନ ଚଳଚାଳରେ ବାଧା ସୃଷ୍ଟି କଲେ ଯାତ୍ରୀବାହୀ ବିଳମ୍ବ ହେବ। ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଫିଟ୍ କରାଯିବା ପ୍ରଣାଳୀ ବିଳମ୍ବ ହେବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଏହି ରେଳପଥରେ ମାଲବାହୀ ଟ୍ରେନ୍‌ର ଟ୍ରାଏଲ ରନ୍‌ ଆରମ୍ଭ ହୋଛି।

ତେବେ ମାଲବାହୀ ଟ୍ରେନ୍ ବଦଳରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଦାବିରେ ମହାକାଳପଡା ବ୍ଲକର ନୂଆଗାଁ ଷ୍ଟେସନ ଠାରେ ସ୍ଥାନୀୟ ଲୋକେ ରେଳରୋକ୍ କରିଥିଲେ।

Related story