୯ରୁ ରାଜଧାନୀ, ଶତାବ୍ଦୀ, ଦୂରନ୍ତ ଏକ୍ସପ୍ରେସ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଓ କମ୍‌ ଯାତ୍ରୀ ଯୋଗୁ ରେଲୱେ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବ। ମେ ୯ ତାରିଖରୁ ଏସବୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବାକୁ ରେଲୱେ ନିଷ୍ପତ୍ତି ନେଇଛି। ସେହିପରି ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଛି ପୂର୍ବତଟ ରେଲୱେ। ଆସନ୍ତା ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଛି। ସେହିପରି ଆସନ୍ତା ୯ରୁ ୨୩ ତାରିଖ […]

rajdhani-express

Manoranjan Sial
  • Published: Thursday, 06 May 2021
  • , Updated: 06 May 2021, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଓ କମ୍‌ ଯାତ୍ରୀ ଯୋଗୁ ରେଲୱେ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବ। ମେ ୯ ତାରିଖରୁ ଏସବୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବାକୁ ରେଲୱେ ନିଷ୍ପତ୍ତି ନେଇଛି।

ସେହିପରି ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଛି ପୂର୍ବତଟ ରେଲୱେ। ଆସନ୍ତା ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଛି। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, କାଲିଠୁ ୨୧ ଯାଏଁ ବିଶାଖାପାଟଣା-କିରନ୍ଦୁଲ ସ୍ପେଶାଲ ବାତିଲ, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଛି। ସେହିପରି କାଲିଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଛି। ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି।

୮ରୁ ୧୬ ତାରିଖ ଯାଏଁ ସପ୍ତାହାନ୍ତରେ ୧୧ ଯୋଡ଼ା ଟ୍ରେନ ବାତିଲ

କୋଭିଡ୍‌ ସଂକ୍ରମଣ ରୋକିବାକୁ ରେଲୱେ ପକ୍ଷରୁ ପଦକ୍ଷେପ। ୮, ୯, ୧୫ ଓ ୧୬ ତାରିଖ ଶନିବାର ଓ ରବିବାର ଦିନ ବନ୍ଦ ରହିବ। ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର, ପୁରୀ-ଅନୁଗୋଳ-ପୁରୀ ବନ୍ଦ ରହିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ପୁରୀ-କଟକ-ପୁରୀ ସ୍ପେଶାଲ ବନ୍ଦ ରହିବ। କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ ବନ୍ଦ ରହିବ। ବିଶାଖାପାଟଣା-ରାୟପୁର ଓ ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍। ରାୟଗଡ଼ା-ସମ୍ବଲପୁର ସ୍ପେଶାଲ ଟ୍ରେନ୍ ମଧ୍ୟ ଉଭୟ ପଟୁ ବାତିଲ୍। ଭୁବନେଶ୍ୱର-ବାଙ୍ଗିରିପୋଷି ସ୍ପେଶାଲ ୮,୯,୧୫,୧୬ରେ ବନ୍ଦ ରହିବ। ବାଙ୍ଗିରିପୋଷି-ଭୁବନେଶ୍ୱର ୯,୧୦,୧୧,୧୭ ତାରିଖରେ ବନ୍ଦ ରହିବ।

Related story