ବିଜୁ ପଟ୍ଟନାୟକଙ୍କ ନାଁରେ ଦୂତାବାସ କୋଠରୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆ ମୁକ୍ତିଯୁଦ୍ଧରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବାକୁ ଉଦ୍ୟମ କରାଯାଇଛି। ସେଥିପାଇଁ ଇଣ୍ଡୋନେସିଆ ଦୂତାବାସରେ ଏକ କୋଠରୀ ବିଜୁଙ୍କ ନାଁରେ ଉତ୍ସର୍ଗ କରାଯାଇଛି। ଉତ୍ସର୍ଗ ହୋଇଥିବା ରୁମ୍‌ରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଫଟୋଚିତ୍ର ସ୍ଥାନ ପାଇବ। ଏହି ଅବସରରେ ଆୟୋଜିତ ସମାରୋହରରେ ବିଜୁ ପଟ୍ଟନାୟକଙ୍କ ପୁଅ ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଓଡ଼ିଶାରେ ହୋଇଥିବା ପୁଞ୍ଜିନିବେଶ ନେଇ ଇଣ୍ଡୋନେସିଆ ଦୂତାବାସର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ […]

Biju Patnaik

Manoranjan Sial
  • Published: Monday, 11 January 2021
  • , Updated: 11 January 2021, 05:23 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆ ମୁକ୍ତିଯୁଦ୍ଧରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣୀୟ କରିବାକୁ ଉଦ୍ୟମ କରାଯାଇଛି। ସେଥିପାଇଁ ଇଣ୍ଡୋନେସିଆ ଦୂତାବାସରେ ଏକ କୋଠରୀ ବିଜୁଙ୍କ ନାଁରେ ଉତ୍ସର୍ଗ କରାଯାଇଛି। ଉତ୍ସର୍ଗ ହୋଇଥିବା ରୁମ୍‌ରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଫଟୋଚିତ୍ର ସ୍ଥାନ ପାଇବ। ଏହି ଅବସରରେ ଆୟୋଜିତ ସମାରୋହରରେ ବିଜୁ ପଟ୍ଟନାୟକଙ୍କ ପୁଅ ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ ଉପସ୍ଥିତ ଥିଲେ।

ଓଡ଼ିଶାରେ ହୋଇଥିବା ପୁଞ୍ଜିନିବେଶ ନେଇ ଇଣ୍ଡୋନେସିଆ ଦୂତାବାସର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୁର୍ଯୋଡିପୁରୋ କହିଛନ୍ତି, ଇଣ୍ଡୋନେସିଆରେ ମହାମାରୀ ସମାପ୍ତ ହେବା ପରେ ବାଣିଜ୍ୟ ଓ ପାରସ୍ପରିକ ଲାଭ ପାଇଁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରାଯିବାକୁ ଆଗ୍ରହ ପ୍ରକାଶ କରିବ।

Related story